Odisha High Court Recruitment 2024: ଗ୍ରାଜୁଏଟ୍ ଙ୍କ ପାଇଁ ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ଚାକିରି ପାଇଁ ଇଚ୍ଛୁକ ଥିବା ଗ୍ରାଜୁଏଟ୍ ପ୍ରାର୍ଥୀଙ୍କ ପାଇଁ ନିକଟରେ କଟକ ହାଇକୋର୍ଟରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ଅନୁବାଦକ (ଟ୍ରାନ୍ସଲେଟର) ପଦବୀ ପୂରଣ ହେବ ।


COMMERCIAL BREAK
SCROLL TO CONTINUE READING

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଓଡି଼ଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in  କୁ ଯାଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ, Odisha High Court Recruitment 2024 Apply Online For Translator Post Notification ରେ କ୍ଲିକ୍‌ କରି ଦେଖିପାରିବେ । ଅନଲାଇନ ଆବେଦନ ତାରିଖ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୧୭ ଯାଏଁ ଚାଲିବ । ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ ।


ଖାଲି ପଡ଼ିଥିବା ପଦବୀ


ସାଧାରଣ ବର୍ଗ – ୧୨ଟି ପୋଷ୍ଟ୍


SEBC – ୦୩ଟି ପୋଷ୍ଟ୍


SC – ୦୩ଟି ପୋଷ୍ଟ୍


ST – ୦୫ଟି ପୋଷ୍ଟ୍


ମୋଟ ପଦବୀ – ୨୩ଟି ପୋଷ୍ଟ୍


ଶିକ୍ଷାଗତ ଯୋଗ୍ୟତା


କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂରାଜୀ/ ଓଡ଼ିଆ ସମ୍ମାନ ସହିତ ଗ୍ରାଜୁଏସନ୍ ଡିଗ୍ରୀ ।


ବୟସ


ସର୍ବନିମ୍ନ ବୟସ ୨୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ରଖାଯାଇଛି । ବୟସ ଗଣନା ୨୯.୦୨.୨୦୨୪ ଅନୁଯାୟୀ ହେବ । ଓବିସିଙ୍କ ପାଇଁ ୩ ବର୍ଷ, ST/SC/PWD/Ex- Servicemenଙ୍କ ପାଇଁ ୫ ବର୍ଷ , PWD+SC+STଙ୍କ ପାଇଁ ୧୫ ବର୍ଷ ବୟସ ସୀମା କୋହଳ କରାଯାଇଛି ।


ଦରମା


ସର୍ବନିମ୍ନ ଦରମା- ୩୫,୪୦୦ ଟଙ୍କା


ସର୍ବାଧିକ ଦରମା-୧,୧୨,୪୦୦ ଟଙ୍କା


ଆବଶ୍ୟକ ଡକ୍ୟୁମେଣ୍ଟ


1-ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍ ଓ ମାର୍କ ସିଟ୍


2- ଜନ୍ମ ତାରିଖ ସୂଚୀତ ପ୍ରମାଣ ପତ୍ର


3- ଦୁଇଟି ପାସପୋର୍ଟ ଫଟୋ


4-ଜାତିଗତ ପ୍ରମାଣପତ୍ର


5-ଆବାସିକ ପ୍ରମାଣପତ୍ର


6-ଆଧାର କାର୍ଡ଼


7- ଅଭିଜ୍ଞତା ପ୍ରମାଣପତ୍ର ( ଯଦି ଥାଏ)


ଆବେଦନ ଶୁଳ୍କ


ସବୁ ବର୍ଗଙ୍କ ପାଇଁ ଦେୟ ମୁକ୍ତ


ଚୟନ ପ୍ରକ୍ରିୟା


  • ଲିଖିତ ପରୀକ୍ଷା ( ପ୍ରାଥମିକ ଓ ମୁଖ୍ୟ)

  • କମ୍ପ୍ୟୁଟର ଟେଷ୍ଟ

  • ସାକ୍ଷାତକାର