Odisha News: ପୁଣି ପନ୍ନୁର ଧମକ, ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷ
Odisha News: କଡ଼ା ସୁରକ୍ଷା ବଳୟରେ ଚାଲିଥିବା ପୁଲିସ ଡିଜି ସମ୍ମିଳନୀରେ ଅଘଟଣ ଘଟାଇବାକୁ ପୁଣିଥରେ ଧମକପୂର୍ଣ୍ଣ ଇମେଲ୍ ଦେଇଛି ଖଲିସ୍ତାନୀ ଆତଙ୍କୀ ଗୁରୁପତ୍ଓ୍ୱନ୍ତ ସିଂ ପନ୍ନୁ । ଜଣେ ସାମ୍ବାଦିକଙ୍କ ଇମେଲ୍କୁ ଭିଡିଓଓ ବାର୍ତ୍ତାରେ ପଠାଇ ସେ ଏହି ବାର୍ତ୍ତା ଦେଇଛି। ଏହି ସାମ୍ବାଦିକ ଏ ବିଷୟକୁ ପୁଲିସ କମିଶନରଙ୍କ ଦୃଷ୍ଟିକୁ ଆଣିଛନ୍ତି।
Odisha News:(ଭୁବନେଶ୍ୱର) କଡ଼ା ସୁରକ୍ଷା ବଳୟରେ ଚାଲିଥିବା ପୁଲିସ ଡିଜି ସମ୍ମିଳନୀରେ ଅଘଟଣ ଘଟାଇବାକୁ ପୁଣିଥରେ ଧମକପୂର୍ଣ୍ଣ ଇମେଲ୍ ଦେଇଛି ଖଲିସ୍ତାନୀ ଆତଙ୍କୀ ଗୁରୁପତ୍ଓ୍ୱନ୍ତ ସିଂ ପନ୍ନୁ । ଜଣେ ସାମ୍ବାଦିକଙ୍କ ଇମେଲ୍କୁ ଭିଡିଓଓ ବାର୍ତ୍ତାରେ ପଠାଇ ସେ ଏହି ବାର୍ତ୍ତା ଦେଇଛି। ଏହି ସାମ୍ବାଦିକ ଏ ବିଷୟକୁ ପୁଲିସ କମିଶନରଙ୍କ ଦୃଷ୍ଟିକୁ ଆଣିଛନ୍ତି।
ପୂର୍ବରୁ ପନ୍ନୁ ଭୁବନେଶ୍ୱରକୁ ଆତଙ୍କବାଦୀଙ୍କ ସହର ବୋଲି କହିଥିଲେ। ଏହି ସମ୍ମିଳନୀରେ ଉପସ୍ଥିତ ୩୦୦ ପୁଲିସ କର୍ମୀଙ୍କୁ ଆତଙ୍କୀ ବୋଲି ଅଭିହିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରି ଶ୍ରୀରାମ ମନ୍ଦିରରେ ବିସ୍ଫୋରଣ ପାଇଁ ଧମକ ଦେଇଥିଲେ। ଆଜି ପନ୍ନୁ ପୁଣିଥରେ ଏକ ଭିଡିଓ ଜାରି କରି ଖଳିସ୍ତାନୀ ପତାକା ଉଡ଼ାଇବାକୁ କହିଛନ୍ତି। ଏହି କାର୍ଯ୍ୟ କରିଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି କହିଛନ୍ତି ପନ୍ନୁ।
ତେବେ ଏହି ଧମକ କେବଳ ଚର୍ଚ୍ଚାରେ ରହିବା ଲାଗି ଉଦ୍ଦିଷ୍ଟ ବୋଲି ଅନେକ ମତ ଦେଇଛନ୍ତି। ହେଲେ ସୁରକ୍ଷା ବ୍ୟବସ୍ଥା ଯେମିତି କୌଣସି ପ୍ରକାରେ ବିଚ୍ୟୁତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପ୍ରାୟ ୮୦ ପଲାଟୁନ ପୁଲିସବଳ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ମୁତ୍ତୟନ ହୋଇଛନ୍ତି। ଶପିଂ ମଲଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ବିଏସ୍ଏସଫ ଯଓ୍ୱାନ ମୁତ୍ତୟନ ହୋଇଛନ୍ତି। କଡ଼ା ଯାଞ୍ଚରେ ଏହି ଅଞ୍ଚଳଗୁଡ଼ିକୁ ପରିଚାଳନା କରାଯାଉଛି।
ରାଜ୍ୟରେ ଏହି ତିନିଦିନିଆ ଡିଜି ଓ ଆଇଜି ପୁଲିସ ସମ୍ମିନଳୀରେ ୯୫ ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗ ଦେଇଛନ୍ତି। ଏହାଙ୍କ ସହ ଗୃହ ସଚିବ, ର’ମୁଖ୍ୟ, ଗୁଇନ୍ଦା ମୁଖ୍ୟ. ସିବିଆଇ ମୁଖ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଛନ୍ତି। ପ୍ରଥମଥର ପାଇଁ ଏପରି ଏକ ଉଚ୍ଚସ୍ତରୀୟ ବୈଠକ ଓଡ଼ିଶାରେ ଅନୁଷ୍ଠିତ ହେଉଛନ୍ତି। ସେପଟେ, ଏକ ଅଡିଓ ଫାଇଲ ମଧ୍ୟ ଏହି ଇ-ମେଲ୍ରେ ଦିଆଯାଇଛି। ସେଥିରେ ଡିସେମ୍ବର ୧ ତାରିଖ ପାଇଁ ଧମକ ଦିଆଯାଇଛି। ଓଡ଼ିଆ ଅକ୍ଷରରେ କିଛି ଲେଖା ରହିଛି। ବିମାନ ବନ୍ଦରକୁ କେହି ନଯିବାକୁ ମଧ୍ୟ କୁହାଯାଇଛି।