Puri Laser Scanning Update Today: ଦ୍ୱିତୀୟ ଦିନରେ ପହଞ୍ଚିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଘଟଣା। ଗତକାଲି ୩୭ ପଏଣ୍ଟ ଠାରେ ଲେଜର ସ୍କାନିଂ କରାଯାଇଥିବା ବେଳେ ବୁଧବାର (୨୯ ନଭେମ୍ବର)   ଉତ୍ତରପାର୍ଶ୍ୱ କାନ୍ଥର ୧୨ ପଏଣ୍ଟ ଠାରେ ଲେଜର ସ୍କାନିଂ କରାଯାଇଛି। ଦୁଇ ଦିନରେ ମୋଟ ୪୯ ପଏଣ୍ଟ ଠାରେ ଲେଜର ସ୍କାନିଂ କରାଯାଇଛି। ଇଣ୍ଟରନେଟ କ୍ଲାଉଡ୍ ରେ ସ୍ପେସ୍ ସରିଯିବା କାରଣରୁ ବୁଧବାର ସ୍କାନିଂ ବନ୍ଦ ରହିଛି। ଆସନ୍ତାକାଲି ଉତ୍ତରପାର୍ଶ୍ୱ କାନ୍ଥରେ ବାକି ଥିବା ସ୍ଥାନରେ ଲେଜର ସ୍କାନିଂ କରାଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି।   


COMMERCIAL BREAK
SCROLL TO CONTINUE READING

ନଭେମ୍ବର ୨୮ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିରର ଲେଜର ସ୍କାନିଂ। ଗତକାଲି ରତ୍ନଭଣ୍ଡାରର ୩୭ ପଏଣ୍ଟ ଠାରେ ଲେଜର ସ୍କାନିଂ କରାଯାଇଥିଲା। ଲାଇଟ କମିଯିବା କାରଣରୁ ଅମୁହାଁ ମନ୍ଦିରର ଉତ୍ତର ପାର୍ଶ୍ୱର ସ୍କାନିଂ ହୋଇପାରିନଥିଲା। ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ କୋଣର ଲେଜର ସ୍କାନିଂ ସରିଯାଇଛି। ସେପଟେ ରତ୍ନଭଣ୍ଡାରର ଅମୁହାଁ ଯୋଡ଼ କାନ୍ଥର ଡକ୍ଯୁମେଣ୍ଟେସନ ସରିଯାଇଛି। ବୁଧବାର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଯିବ। ଏପରିକି ଡକ୍ଯୁମେଣ୍ଟେସନ ମଧ୍ୟ ସରିଯିବ। ଡକ୍ଯୁମେଣ୍ଟେସନ ରିଭ୍ଯୁ କରାଯିବା ପରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱର ସ୍ଥିତି ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ କପି ହାଇକୋର୍ଟ ଏବଂ ରାଜ୍ଯ ସରକାରଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସୁପରିଟେଣ୍ଡେଣ୍ଟ ଜି.ବି ଗଡ଼ନାୟକ।


Also Read: ଆରମ୍ଭ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ; ରତ୍ନଭଣ୍ଡାରର ୩୭ ପଏଣ୍ଟ ଠାରେ କରାଗଲା ଲେଜର ସ୍କାନିଂ


ସେପଟେ ବୁଧବାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଠାରେ ଚାଲିଥିବା ଲେଜର ସ୍କାନିଂ। ଗତକାଲି ଭଳି ଆଜି ମଦ୍ୟ ୧୫ ଜଣିଆ କମିଟି ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ଲେଜର ସ୍କାନିଂ। ଅବଶିଷ୍ଟ ସ୍ଥାନରେ ଲେଜର ସ୍କାନିଂ କରାଯିବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବ ଏଏସଆଇ। ସେପଟେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ସରକାର ସ୍ୱାଗତଯୋଗ୍ଯ ପଦକ୍ଷେପ ଗ୍ରହଣ କରିଛନ୍ତି। ବାହାର ରତ୍ନଭଣ୍ଡାରର ଯେଭଳି ଲେଜରସ୍କାନିଂ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି ଠିକ୍ ସେହିଭଳି ଭିତର ରତ୍ନଭଣ୍ଡାରର କରାଯିବା ଆବଶ୍ୟକ। 


ଗତ ୨୦୧୮ ବର୍ଷରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରୟାସ କରାଯାଇଥିଲା। ମାତ୍ର ଅଧାରୁ ବନ୍ଦ ହୋଇଥିଲା। ହେଲେ ଏଥର ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଏଏସଆଇ ଲେଜର ସ୍କାନିଂ ଏବଂ ନାଟମଣ୍ଡପ ମରାମତି ନେଇ ପଦକ୍ଷେପ ଗ୍ରହଣ କରିଛି। ମାତ୍ର ଏହି କାର୍ଯ୍ଯକୁ ଏଏସଆଇ ସମ୍ପୂର୍ଣ୍ଣ କରୁ ବୋଲି କହିଛନ୍ତି ନେବଳଦାସ ମଠର ମହନ୍ତ ରାମଚରଣ ଦାସଜୀ ମହାରାଜ।