Lower Suktel Dam Project: ଲୋୟର ସୁକତେଲ୍ ଡ୍ୟାମ୍ ପାଇଁ ବିସ୍ଥାପିତ ହୋଇଛନ୍ତି ପ୍ରଭୁ ଜଗନ୍ନାଥ। ଏକଥା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏହା ସତ୍ୟ। ବଲାଙ୍ଗୀର ଜିଲ୍ଲାର ଡୁଙ୍ଗୁରୁପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି। ଏହି ପ୍ରକଳ୍ପ ପାଇଁ ଡୁଙ୍ଗୁରୁପାଲି ଗ୍ରାମବାସୀ ପ୍ରାୟ ୪୦୦ ବର୍ଷର ପୁରୁଣା ମନ୍ଦିରରୁ ପ୍ରଭୁ ଜଗନ୍ନାଥଭଙ୍କୁ ଏକ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କିଛି ଦିନ ପୂର୍ବରୁ ବଲାଙ୍ଗୀର ଡୁଙ୍ଗୁରୁପାଲି ଗାଁ (Dungurupali Village Bolangir) ସାଧାରଣ ଗାଁ ଭଳି ରହିଥିଲା। ଗ୍ରାମରେ ଘର, ବିଦ୍ୟାଳୟ ଏବଂ ଚାଷ ଜମି ମଧ୍ୟ ରହିଥିଲା। ଏପରିକି ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର (Jagannath Mandir Dungurupali) ମଧ୍ୟ ରହିଥିଲା। କୌଣସି ଅସୁବିଧା ହେଲେ ଗ୍ରାମବାସୀ ସେମାନଙ୍କ ସମସ୍ୟା ମହାପ୍ରଭୁଙ୍କ ଜଣାଇବା ପାଇଁ ସେହି ୪୦୦ ବର୍ଷର ପୁରୁଣା ମନ୍ଦିର ଜଗନ୍ନାଥ ମନ୍ଦିରକୁ (400 Years Old Jagannath Temple Bolangir) ଦୌଡ଼ି ଯାଉଥିଲେ।


ହେଲେ ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପ (Lower Suktel Dam Project) ପାଇଁ ବିସ୍ଥାପିତ ହୋଇଛନ୍ତି ଡୁଙ୍ଗୁରୁପାଲି ଗ୍ରାମବାସୀ। ଗତ ରବିବାର ଗ୍ରାମବାସୀ ପ୍ରଭୁ ଜଗନ୍ନାଥଙ୍କୁ ମନ୍ଦିରରୁ ଅସ୍ଥାୟୀ ଶିବିରକୁ ନେଇଥିଲେ। ଏନେଇ ଆୟୋଜିତ ହୋଇଥିବା ଶୋଭାଯାତ୍ରା ଗାଁ ରାସ୍ତା ଦେଇ ଯାଇଥିବା ବେଳେ ଗ୍ରାମବାସୀ ନିଜର କୋହ ରୋକି ପାରିନଥିଲେ। ସେମାନଙ୍କର ଅନିଶ୍ଚିତ ଭାଗ୍ୟ ଅପେକ୍ଷା ସେମାନେ ଭଗବାନଙ୍କ ବିଷୟରେ ଅଧିକ ଚିନ୍ତିତ ବୋଲି କହିଛନ୍ତି। ବର୍ତ୍ତମାନ ସେହି ୪୦୦ ବର୍ଷର ପୁରୁଣା ମନ୍ଦିର ସେଠାରେ ରହିଛି। ହେଲେ ମନ୍ଦିରର ଗର୍ଭଗୃହ ଖାଲି ରହିଛି। ସମଗ୍ର ଗାଁ ଏକ ଭୂତ ଗ୍ରାମରେ (Ghost Village Bolangir) ପରିଣତ ହୋଇଛି। ଗ୍ରାମର ସମସ୍ତ ସ୍ଥାନରେ ଭଙ୍ଗା ରୁଜା ସାମଗ୍ରୀ ପଡ଼ିରହିଛି।


ଆମ ଗାଁ ଆମ ପାଇଁ ସ୍ୱର୍ଗ ପରି ଥିଲା। ଆମେ ସେଠାରେ ଖୁସିରେ ରହୁଥିଲୁ। ବର୍ତ୍ତମାନ ଆମକୁ ଦିଆଯାଇଥିବା ଅସ୍ଥାୟୀ ଘର ଲିକ୍ ହେଉଛି। ଚଟାଣ ଓଦା ହୋଇଯାଉଛି। ଯେତେବେଳେ ଆମେ ସରକାରୀ ଅଧିକାରୀଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇଥାଉ, ସେତେବେଳେ ସେମାନେ କେବଳ ଆମକୁ ଲୋକ ଦେଖାଣିଆ ଜବାବ ଦେଇଥାନ୍ତି। ଯେତେବେଳେ ଆମକୁ ଆମର ମହାପ୍ରଭୁ ଜଗନ୍ନାଥଙ୍କୁ ମନ୍ଦିରରୁ ଆମ କ୍ୟାମ୍ପ ସାଇଟ (Dungurupali Camp Site) ସ୍ଥାନାନ୍ତର କରୁଥିଲୁ, ଆମେ ଆମର ସେହି ଭାବନାକୁ ବର୍ଣ୍ଣନା କରିପାରିବୁ ନାହିଁ ବୋଲି ବିସ୍ଥାପିତ ଗ୍ରାମବାସୀ ସୁନୀତା ପ୍ରଧାନ କହିଛନ୍ତି। 


ଅନ୍ୟଜଣେ ବିସ୍ଥାପିତ ଗ୍ରାମବାସୀ ଟିକେମନ୍ ରାୟ କହିଛନ୍ତି ଯେ, ଆମେ ଆମର ପିତୃପୁରୁଷଙ୍କ ଜମି ଛାଡିଛୁ। ଯାହା ଆମର ଜନ୍ମସ୍ଥାନ ଥିଲା। ଏପରିକି ମହାପ୍ରଭୁଙ୍କୁ ମଧ୍ୟ ବିସ୍ଥାପିତ ହେବାକୁ ପଡ଼ିଲା। ଯେତେବେଳେ ତାଙ୍କୁ ତାଙ୍କ ଭାବନା ବିଷୟରେ ପଚରାଗଲା, ସେତେବେଳେ ମନ୍ଦିରର ପୁରୋହିତ ଲକ୍ଷ୍ମୀପ୍ରସାଦ ଚାନ୍ଦ କହିଥିଲେ ଯେ, ମୁଁ ବହୁତ ଦୁଃଖିତ। ଯେତେବେଳେ ଦେଶ ପାଇଁ କିଛି ନିର୍ମାଣ ହେଉଛି ଆମେ ବିସ୍ଥାପନକୁ ଅସ୍ୱୀକାର କରିପାରିବୁ ନାହିଁ। ସମାଜର ଉନ୍ନତି ପାଇଁ ଭଗବାନ କୃଷ୍ଣଙ୍କୁ ମଧ୍ୟ ମଥୁରା ଛାଡି ସମୁଦ୍ରରେ ଭୂମି ଖୋଜିବାକୁ ପଡିଥିଲା। ସେହିପରି ମହାପ୍ରଭୁ ଅସ୍ଥାୟୀ ଶିବିରକୁ ଆସିଛନ୍ତି। ଭଗବାନ ଜଗନ୍ନାଥଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ଏବଂ ସମସ୍ତ ରୀତିନୀତି ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।