CM Mohan Charan Majhi: ଆଜି ଲୋକସେବା ଭବନ ଯିବେ ନୂଆ ମୁଖ୍ୟମନ୍ତ୍ରୀ

CM Mohan Charan Majhi: ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନ ବା ରାଜ୍ୟ ସଚିବାଳୟର ତୃତୀୟ ମହଲାସ୍ଥିତ କାର୍ଯ୍ୟାଳୟକୁ ପ୍ରବେଶ କରିବେ। ଏଥିଲାଗି ସକାଳ ୯ଟା ୩୦ ମିନିଟ୍ ସମୟ ନିର୍ଘଣ୍ଟ କରାଯାଇଛି।
CM Mohan Charan Majhi: ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନ ବା ରାଜ୍ୟ ସଚିବାଳୟର ତୃତୀୟ ମହଲାସ୍ଥିତ କାର୍ଯ୍ୟାଳୟକୁ ପ୍ରବେଶ କରିବେ। ଏଥିଲାଗି ସକାଳ ୯ଟା ୩୦ ମିନିଟ୍ ସମୟ ନିର୍ଘଣ୍ଟ କରାଯାଇଛି। ନୂଆ ମୁଖ୍ୟମନ୍ତ୍ରୀ ଗତ ୧୨ ତାରିଖରେ ଶପଥ ନେଇଥିଲେ। ତେବେ, ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ନଥିଲେ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି କାମ କରୁଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା।
ପ୍ରଥମେ ନିସ୍ପତ୍ତି ହୋଇଥିଲା ଯେ, ଯେଉଁ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀମାନେ ବସି ଆସିଛନ୍ତି। ସେଠାରେ ନୂଆ ମୁଖ୍ୟମନ୍ତ୍ରୀ ବସିବେ ନାହିଁ। ପାଖରେ ଥିବା କ୍ୟାବିନେଟ୍ ପ୍ରକୋଷ୍ଠରେ ବସିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଭିଜିଟର୍ସ ରୁମ୍ କରାଯିବ। ପରେ ନିସ୍ପତ୍ତି ବଦଳାଇ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ନୂଆ ମୁଖ୍ୟମନ୍ତ୍ରୀ ବସିବେ ବୋଲି ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ସେହି ପ୍ରକୋଷ୍ଠରେ ଦିଗ ବଦଳାଇ ବସିବେ ବୋଲି ସ୍ଥିର ହୋଇଛି। ଏନେଇ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ତଳର ଅନ୍ୟ ସଦସ୍ୟଙ୍କ ସହ ନୂଆ ମୁଖ୍ୟମନ୍ତ୍ରୀ ସଚିବାଳୟ ଯିବେ। ତୃତୀୟ ମହଲାସ୍ଥିତ ପ୍ରକୋଷ୍ଠରେ ପ୍ରବେଶ କରି କାର୍ଯ୍ୟାରମ୍ଭ କରିବେ ବୋଲି ଜଣାପଡିଛି।