Hari Babu Kambhampati Oath Ceremony: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ନେବେ ଡ. ହରିବାବୁ କମ୍ଭମପତି । ଏନେଇ ଶପଥ ନେବା ପରେ ସେ ଦାୟିତ୍ବ  ଗ୍ରହଣ କରିବେ।  ତାଙ୍କର ଶପଥ ଉତ୍ସବ ସମାରୋହ ପାଇଁ ଭୁବନେଶ୍ବରରେ ଥିବା  ରାଜଭବନ ଅଭିଷେକ୍ ହଲକୁ ପ୍ରସ୍ତୁତ କରାଯାଇଛି। ଶୁକ୍ରବାର ଅର୍ଥାତ୍ ଆଜି ୧୦ ଟା ୧୫ ମିନିଟ୍ ସମୟରେ ଡ. ହରିବାବୁ କମ୍ଭମପତି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତୁ ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ। 


COMMERCIAL BREAK
SCROLL TO CONTINUE READING

ALSO READ: JEE Main 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଠୁ ଆରମ୍ଭ ହେବ ଜେଇଇ ମେନ୍ ଏକଜାମ୍


ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ସବୁ ଇଚ୍ଛା ପୂରଣ କରିବେ ଶନି-ବୃହସ୍ପତି, ବର୍ଷ ତମାମ ରହିବେ ମାଲାମାଲ୍!


ଓଡିଶାର ରାଜ୍ୟପାଳ ପଦରୁ  ରଘୁବର ଦାସ୍ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ।  ୭୧ ବର୍ଷିୟ ଡ. ହରିବାବୁ କମ୍ଭମପତି ପୂର୍ବରୁ ମିଜୋରାମ୍ ର ରାଜ୍ୟପାଳ ଥିଲେ। ଜଣେ ଇଂଜିନିୟର ଓ ଶିକ୍ଷକ ଭାବେ ସେ ବେଶ୍ ପରିଚିତ। ୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମିତ କେ ହରିବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବି. ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହୀ ଥିବା ହରିବାବୁ ୧୯୭୨ ମସିହାରେ ରାଜନୀତିରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ ଆନ୍ଧ୍ରପ୍ରଦେଶ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ପରେ ୧୯୯୧ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଆଜି ଶପଥ ଗ୍ରହଣ କରିବା ପାଇଁ ସେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଲେ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।