MEMU Train Cancelled Today: ଯାତ୍ରୀମାନେ ( Traveller) ଦୟାକରି ଧ୍ୟାନ ଦିଅନ୍ତୁ । ଯଦି ଆପଣ ଆଜି ଟ୍ରେନରେ(Train ) କୁଆଡେ ଯାତ୍ରା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ।  କାହିଁକିନା ଆଜି ୨ଟି ମେମୁ ଟ୍ରେନ୍ ବାତିଲ୍ ହୋଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜରୁରୀକାଳୀନ ମରାମତି ପାଇଁ ଆଜି ଦୁଇଟି ମେମୁ ଟ୍ରେନ ବାତିଲ (MEMU Train Cancelled Today) କରାଯଆଇଛି । ତେବେ, ନଜର ପକାନ୍ତୁ କେଉଁ ୨ଟି ମେମୁ ଟ୍ରେନ୍ ବାତିଲ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Puri News: ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କର ହୁଏ ଏହି ୫ ବେଶ


ଆଜିଠାରୁ ପୂର୍ବପଟ ରେଳବାଇ (Indian Railway) ପକ୍ଷରୁ ଚାଲୁଥିବା ଭଦ୍ରକ-ବାଲେଶ୍ୱର-ଭଦ୍ରକ ମେମୁ ଟ୍ରେନ ଆଠ ଦିନ ପାଇଁ ଅର୍ଥାତ ୩୦ ତାରିଖ ଯାଏ ବାତିଲ ରହିବ। ଅର୍ଥାତ୍ ଏହି ଟ୍ରେନ୍ ଆଜି ଠାରୁ ନଭେମ୍ବର ୩୦ ତାରିଖ  ଯାଏଁ ଚଳାଚଳ ବନ୍ଦ ରହିବ। ବାଲେଶ୍ୱର-ଭଦ୍ରକ ମଧ୍ୟରେ ଥିବା ସୋର-ବାହାନାଗା ଅଞ୍ଚଳରେ ଟ୍ରାକ୍‍ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାରୁ ଟ୍ରାଫିକ ଏଡ଼ାଇବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଫଳରେ ଯାତ୍ରୀ ମାନେ ଆଠ ଦିନ ଧରି ଯାତ୍ରା କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବେ। ସେହିପରି, ୦୮୪୪୪ ପଲାସା-ଭୁବନେଶ୍ୱର-ପଲାସା ମେମୁ ପଲାସାଠାରୁ ସେପ୍ଟେମ୍ବର ୨୦ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ମେମୁ ଟ୍ରେନ ଗୁଡିକର ଜରୁରୀକାଳୀନ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। 


ନିକଟରେ, ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏଥିରେ ଦୁଇଟି ଏକ୍ସପ୍ରେସ ଏବଂ ଗୋଟିଏ ମେମୁ ଟ୍ରେନ ରହିଛି। ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସ। 


ପ୍ରଥମ ଟ୍ରେନଟି ଶାଲିମାର (କୋଲକାତା)-ବାଦାମପାହାଡ଼ା-ଶାଲିମାର ସାପ୍ତାହିକ ଏକ୍ସପ୍ରେସ ଯାହାକି ଶାଲିମାରରୁ ପ୍ରତ୍ୟେକ ଶନିବାର ରାତି ୧୧ଟା ୫ମିନିଟରେ ଛାଡ଼ିବ ଓ ବାଦାମପାହାଡ଼ ଠାରେ ତା’ ପରଦିନ ସକାଳ ୫ଟା ୪୦ମିନିଟରେ ପହଞ୍ଚିବ । ସେହିପରି ରିଟର୍ଣ୍ଣ ଟ୍ରେନ ବାଦାମପାହାଡ଼ରୁ ପ୍ରତ୍ୟେକ ରବିବାର ରାତି ସାଢ଼େ ୯ ଟାରେ ଛାଡ଼ିବ ଓ ପରଦିନ ସକାଳ ୫ଟାରେ ଶାଲିମାରରେ ପହଞ୍ଚିବ । ଏହି ଟ୍ରେନ ବହଳଦା ରୋଡ, ଅଁଳାଜୋରି ଓ ରାଇରାଙ୍ଗପୁରଠାରେ ରହଣୀ କରିବ ବୋଲି ଜଣାପଡିଛି।


ସେହିପରି, ଦ୍ୱିତୀୟ ଟ୍ରେନଟି ବାଦାମପାହାଡ଼-ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ୍ ଚଳପ୍ରଚଳ କରିବ । ଯାହାକି ବାଦାମପାହାଡ଼ରୁ ପ୍ରତି ରବିବାର ସକାଳ ୬ଟା ୧୦ ମିନିଟରେ ଛାଡ଼ିବ ଓ ରାଉରକେଲାରେ ସେହି ଦିନ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଞ୍ଚିବ । ସେହି ରିଟର୍ଣ୍ଣ ଟ୍ରେନ ରାଉରକେଲାରୁ ପ୍ରତି ରବିବାର ଅପରାହ୍ନ ୨ଟା ୨୦ ମିନିଟରେ ଛାଡ଼ି ବାଦାମପାହାଡ଼ ଠାରେ ସନ୍ଧ୍ୟା ୭ଟା ୨୫ମିନିଟରେ ପହଞ୍ଚିବ । ଏହି ଟ୍ରେନ ରାଇରଙ୍ଗପୁର, ଅଁଳାଜୋରି ଓ ବହଳଦା ରୋଡଠାରେ ରହଣୀ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। 


ସେହିପରି ତୃତୀୟ ଟ୍ରେନଟି ଟାଟାନଗର-ବାଦାମପାହାଡ଼-ଟାଟାନଗର ମଧ୍ୟରେ ସପ୍ତାହକୁ ୬ଦିନ ଚଳପ୍ରଚଳ କରିବ । କେବଳ ରବିବାର ବ୍ୟତୀତ ଏହି ଟ୍ରେନ ପ୍ରତ୍ୟେକ ଦିନ ସକାଳ ୯ଟା ୫୫ମିନିଟରେ ଟାଟାନଗରରୁ ବାହାରି ବାଦାମପାହାଡ଼ଠାରେ ସେହିଦିନ ପୂର୍ବାହ୍ନ ୧୨ଟା ୧୫ମିନିଟରେ ପହଞ୍ଚିବ । ରିଟର୍ଣ୍ଣ ଟ୍ରେନ ରବିବାର ବ୍ୟତୀତ ୧୨ଟା ୪୫ମିନିଟରେ ବାହାରି ଉକ୍ତଦିନ ଅପରାହ୍ନ ୩.୨୦ମିନିଟରେ ପହଞ୍ଚିବ । ଏହି ଟ୍ରେନଟି ଅଁଳାଜୋରି, ରାଇରଙ୍ଗପୁର ଓ କୁଳଡିହା ଷ୍ଟେସନରେ ରହଣୀ କରିବ।