Odisha News: ଭୁବନେଶ୍ଵର(ଦେବବ୍ରତ): ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵର ଯାଆଁଳା ସ୍ଥିତ ଡିଏନ୍ ରେଗାଲିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ହାଇୱା ପଛରେ ପିଟିଲା ଏକ କାର। କାରଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୂରର୍ମାର ହୋଇଯାଇଛି। ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ନିଲମ୍ବିତ ରାତିରେ ଦ୍ରୁତଗାମୀ କାର ଚଳାଇବା କାରଣରୁ ଏଭଳି ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଘଟଣାନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ବେଳେ ଡିଏନ୍ ରେଗାଲିଆ ନିକଟରେ ୧୬ନମ୍ବର୍ ଜାତୀୟ ରାଜପଥରେ ଏକ ହାଇୱା ଖୋର୍ଦ୍ଧା ପଟୁ ଆସି ଓଭର ବ୍ରିଜ୍ ଉପରେ ଅଟକି ରହିଥିଲା। ଏହି ସମୟରେପଛରୁ ଏକ ଦ୍ରୁତଗାମୀ କାର (ଓଡି ୦୨ଜେଡ୍ ୫୩୭୯) ଗାଡ଼ିଟି ହାଇୱାକୁ ଧକ୍କା ଦେଇଥିଲା। ଫଳରେ କାରଟି ହାଇୱା ପଛରେ ପସି ଯାଇଥିଲା। କାର ଭିତରେ ଥିବା ଚାଳକ ସମେତ ୩ଜଣ ଚାପି ହୋଇ ରହିଯାଇଥିଲେ। ଖବର ପାଇ ତମାଣ୍ଡ ପୁଲିସ ପହଞ୍ଚି କାର ଭିତରୁ ଗୁରୁତର ବ୍ୟକ୍ତିଂକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ କାର ଚାଳକ ଜଣଙ୍କ ବାହାରି ପାରି ନଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି କାରକୁ ଟାଣି ଚାଳକକୁ ଉଦ୍ଧାର କରିଥିଲେ। ତେବେ ସମସ୍ତ ଗୁରୁତର ମାନେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତେବେ ସମସ୍ତ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ।