Odisha News : କେନ୍ଦ୍ରାପଡ଼/ସାଲେପୁର: କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ନିକଟରେ ଆଜି ଭୋର ସମୟରେ ଘରୋଇ ବସ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସେପଟେ ଏହି ଘଟଣାରେ ୪୦ ଅଧିକ ଆହତ ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ନିକଟସ୍ଥ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ।  


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ପଟୁ ଆସୁଥିବା ଘରୋଇ ବସ ମନୋରମା ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ଘନ କୁହୁଡ଼ି କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ବସ ଓ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ତେବେ ଗ୍ୟାସ କଟର ସହାୟତାରେ ବସର ଯନ୍ତ୍ରାଂଶ କାଟି ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। 


ଘଟଣା ସ୍ଥଳରେ ଅଗ୍ନିଶମ, ପୋଲିସ ବାହିନୀ, ପ୍ରଶାସନ ସହ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତର ପଠାଯାଇଛି। ନିଶ୍ଚିନ୍ତକୋଇଲି ମେଡିକାଲ ରେ ଆହତ ମାନଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା।