Bali Jatra 2024: ୧୫ ତାରିଖରୁ ଆରମ୍ଭ ହୋଇଛି ବାଲିଯାତ୍ରା। ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିପାରେ।  ଏଭଳି ସମ୍ଭାବନା ନେଇ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଅଧିକାରୀ ଆଲୋଚନା କରୁଛନ୍ତି।  ତେବେ, ଏହି ଚର୍ଚ୍ଚା ନେଇ କେହି କହିବାକୁ ନାରାଜ୍।   ଚଳିତ ବର୍ଷ ୮ ଦିନ ହେବ ବାଲିଯାତ୍ରା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଛି।  ଏନେଇ ସବୁ ପ୍ରକାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।  ମାତ୍ର ସୋମବାର ଅର୍ଥାତ୍  ୧୮ ତାରିଖରେ ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ  ବାଲିଯାତ୍ରାରେ ସବୁ ସରକାରୀ କାର୍ଯ୍ୟକ୍ରମକୁ ବାତିଲ୍ କରିବାକୁ ପଡିଲା। 


COMMERCIAL BREAK
SCROLL TO CONTINUE READING

ALSO READ: Viral Video: ସୋସିଆଲ ମିଡିଆରେ ଘୂରି ବୁଲୁଛି କଲେଜ ଛାତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ


ALSO READ: Viral Video: ଯୁବକଙ୍କ ସହ ଜଙ୍ଗଲରୁ ଭାଇରାଲ୍ ହେଲା ଓଡିଆ ଭାଉଜଙ୍କ ଏହି ଭିଡିଓ, ଦେଖନ୍ତୁ


ଏପରିକି, ମେଳାରେ ସରକାରୀ ସାସ୍କୃତିକ କାର୍ଯ୍ୟକ୍ରମ  ସ୍ଥଗିତ ରହିବ ସହିତ କୌଣସି ବେସରକାରୀ ଷ୍ଟଲ୍ ରେ ମଧ୍ୟ ସାଉଣ୍ତ ବାଜିଲାନି।  କଟକ-ଇନ୍-କଟକ-ଇନ୍ ମଧ୍ୟରେ ହେବାକୁ ଥିବା ମନୋରଂଜନ କାର୍ଯ୍ୟକ୍ରମ ମଧ୍ୟ ଅଟକିଲା। ତେଣୁ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ କରିବା ପାଇଁ ଯାତ୍ରାକୁ ଆଉ ଗୋଟିଏ ଦିନ ବଢାଇବା ପାଇଁ ଚର୍ଚ୍ଚା ହେଉଛି। ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରସାଶନ ପକ୍ଷରୁ କୌଣସି ସୂଚନା ବିଧିବଧ ଭାବେ ଦିଆଯାଇନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସ୍ବତନ୍ତ୍ର ଅନୁମତି ଅଣାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ  କିମ୍ବା ଜିଲ୍ଲାପାଳଙ୍କ ପକ୍ଷରୁ  ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳି ହେଲେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଯାତ୍ରାର ଅବଧି ୯ ଦିନ ହେବ।