Odisha News: (ଅଜୟ କୁମାର ନାଥ) ରେଢ଼ାଖୋଲ ଅନ୍ତର୍ଗତ ଖର୍ସାଲି ଗ୍ରାମକୁ ରାସ୍ତା ନ ଥିବାରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ , ମୃତ ଶିଶୁ ଜନ୍ମ ଦେଲେ ଗର୍ଭବତୀ ମହିଳା , ଖଟିଆରେ ବୁହା ହେଲେ ପ୍ରସୂତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ଖର୍ସାଲି ଗ୍ରାମରେ । ଘଟଣା ଅନୁସାରେ ଶୁକ୍ରବାର ଅପରାହ୍ନ ୦୪:୦୫ ମିନିଟ୍ ସମୟରେ ଖର୍ସାଲି ଗ୍ରାମର ରଥି କିଶାନ ୧୦୮ ଆମ୍ବୁଲାନ୍ସ ସେବାକୁ ତାଙ୍କର ଗର୍ଭବତୀ ପତ୍ନୀ ପ୍ରମିଳା କିସାନଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ଫୋନ କରିଥିଲେ। ତୁରନ୍ତ ତାଙ୍କ‌ ପାଇଁ ନିକଟସ୍ଥ ରେଢ଼ାଖୋଲ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ କୁ ପଠାଯାଇଥିଲା।


COMMERCIAL BREAK
SCROLL TO CONTINUE READING

କିନ୍ତୁ ରାସ୍ତା ଠିକ ନ ଥିବାରୁ ତାଙ୍କ ଘରଠାରୁ ୨.୫ କିମି ଦୂର ବେତଗଡ ଠାରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଏବଂ ଆମ୍ବୁଲାନ୍ସ କର୍ମଚାରୀ ସେଠାକୁ ପହଞ୍ଚିବା ପୂର୍ବରୁ ମହିଳା ଜଣଙ୍କ ଏକ ମୃତ ଶିଶୁପୁତ୍ରକୁ ପ୍ରସବ କରିସାରିଥିଲେ। ଏବଂ ପରେ ତାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସୁଜିତ ସାହୁ , ଦୀପକ ପ୍ରାଧାନ ଓ କପିଳ ପ୍ରଧାନ ଏବଂ ଆଶାକର୍ମୀଙ୍କ ସହ ଷ୍ଟେଚର ଯୋଗେ ଆମ୍ବୁଲାନ୍ସ ପାଖକୁ ବୋହି ଆଣିବା ସହ ନିକଟସ୍ଥ ରେଢ଼ାଖୋଲ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ସେବା ମନୋଭାବକୁ ଅଂଚଳବାସୀ ପ୍ରଶଂସା କରିବା ସହିତ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।