Odisha News: ଭତ୍ତା ଟଙ୍କା ପାଇଁ ୧ କିଲୋମିଟର ବାଟ ଗୁରୁଣ୍ଡି ଗୁରୁଣ୍ଡି ଗଲେ ରାଇସୁଆଁ ଗାଁର ୮୦ ବର୍ଷୀୟ ବୃଦ୍ଧା ପଥୁରୀ ଦେହୁରୀ । କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆ ଗାଁର ବୃଦ୍ଧା ପଥୁରୀ ଦେହୁରୀ । ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ । ମାସିକ ଭତ୍ତା ଟଙ୍କା ପାଇଁ ୧ କିଲୋମିଟର ବାଟ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଯାଉଛନ୍ତି । 

 

ସରକାରୀ ଯୋଜନା ଏଠି ସାତ ସପନ ପାଲଟିଛି । ଜଣେ ବୃଦ୍ଧା ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଆସିବା ଘଟଣା ଯାହା ଏବେ ପ୍ରଶାସନର ପାରିବା ପାଣିଆ ଉପରେ ପ୍ରଶ୍ନବାଚୀ ଉଠିଛି । ସେ ପ୍ରତ୍ୟେକ ଦିନ ଏଭଳି ଗୁରୁଣ୍ଡି କରୁଛନ୍ତି ଦୈନନ୍ଦିନ ଜୀବନର କାର୍ଯ୍ୟ । ତେବେ ପ୍ରଶାସନ କେବେ ବୃଦ୍ଧା ପଥୁରୀ ଦେହୁରୀଙ୍କୁ ଟ୍ରାଇ ସାଇକେଲ ଟିଏ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା । ଯାହାକୁ ନେଇ ପ୍ରତିକ୍ରିୟା ରଖିଲେ ବୃଦ୍ଧା ।