Odisha News: ହାତୀ ଖାଇଗଲେ ଟଙ୍କା । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବେଣା ଗାଁରେ ହାତୀପଲଙ୍କ ଉପଦ୍ରବ। ଘର ଭାଙ୍ଗି ଖାଇଲେ ଧାନ ଚାଉଳ ଓ ୧୦ ହଜାର ଟଙ୍କା । ତେଲକୋଇ ରେଞ୍ଜ ତେଲକୋଇ ଫରେଷ୍ଟ ବିଟ୍ ର ବେଣା ଗାଁରେ ୫ ଟିକିଆ ହାତୀପଲଙ୍କ ଉପଦ୍ରବ । ୨ଟି ଘର ଭାଙ୍ଗି ଧାନ ଚାଉଳ ଖାଇଥିବା ବେଳେ, ୧୦ ହଜାର ଟଙ୍କା ମଧ୍ୟ ଖାଇଲେ ହାତୀପଲ । 


COMMERCIAL BREAK
SCROLL TO CONTINUE READING

ALSO READ :  Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭରି ପିଛା ଏତିକି ଟଙ୍କା କମିଲା ସୁନା ରେଟ୍


ALSO READ : Asima Panda Viral Video: ସୋସିଆଲ ମଡିଆରେ ଘୂରି ବୁଲୁଛି କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ


ଘର ଭିତରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୫ ଟିକିଆ ହାତୀପଲ ବେଣା ଗାଁ ମୁଣ୍ଡାସାହିରେ ଧଶେଇ ପଶିଥିଲେ । ପ୍ରଥମେ ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିବା ପରେ ଘର ଭାଙ୍ଗି ଧାନ ଚାଉଳ ଟେକି ନେଇଯାଇ ଥିଲେ ହାତୀପଲ । ଧାନ ଡୋଲି ଭିତରେ ରବିନ୍ଦ୍ର ରଖିଥିବା ୧୦ ହଜାର ଟଙ୍କାକୁ ମଧ୍ୟ ଧାନ ସହ ଖାଇଯାଇଥିଲେ ହତୀପଲ । ସେପଟେ ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଦେବା ସହ ହାଣ୍ଡି ଡେକଚିକୁ ମଧ୍ୟ ହାତୀପଲ ଭାଙ୍ଗି ଦେଇଛନ୍ତି।