Odisha News: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ।  ଏ-ନେଇ ପୁରୀ ଜମିବ ହବିଷ୍ୟାଳୀଙ୍କ ଭିଡ଼।  ହବିଷ୍ୟାଳୀମାନେ ଏକାଠି ହୋଇ କରିବେ କାର୍ତ୍ତିକ ବ୍ରତ । ଏନେଇ  ଆସନ୍ତା ୬ରୁ  ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ। ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେ ପଞ୍ଜିକରଣ ଚାଲିବ। edistrict.odisha.gov.in.potal ମାଧ୍ୟମରେ ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ୍ ଯୋଗେ ପଞ୍ଜିକରଣ କରିବେ। 


COMMERCIAL BREAK
SCROLL TO CONTINUE READING

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!


ALSO READ: Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆଜି ବର୍ଷାରେ ଭିଜିବ ଏହିସବୁ ଜିଲ୍ଲା


ସୁସ୍ଥ ଥିବା ଲୋକଙ୍କୁ ହବିଷ୍ୟାଳୀ ଶିବିରରେ ରଖାଯିବ। ନୂତନ ଭାବେ ପଞ୍ଜିକରଣ କରୁଥିବା  ହବିଷ୍ୟାଳୀମାନଙ୍କୁ ପ୍ରାଥମିକତା ଦିଆଯିବ। ପୁରୀ ପ୍ରଶାସନ ପକ୍ଷରୁ ୪ଟି ଶିବିରରେ ରହିବେ ହବିଷ୍ୟାଳୀ।  ୧୭ ତାରିଖ ସୁଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ରହିବେ। ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା ହୋଇଛି।  ପୂର୍ବ ସରକାରଙ୍କ ସମୟରେ ୨ ବର୍ଷ ଧରି ହବିଷ୍ୟାଳୀ ଯୋଜନା ସଫଳତାର ସହ କରାଯାଇଥିଲା। 


ହବିଷ୍ୟାଳୀ ଯୋଜନାରେ ମାଆ ମାନଙ୍କ ପାଇଁ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ।  ମହାଧାର୍ମିକ ମାସ କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ସହ ଶ୍ରଦ୍ଧାଳୁଙ୍କ ଭିଡ ପ୍ରବଳ ହେବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।