Road Accident: ବୌଦ୍ଧ କମଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) । ପୋଲିସ ଗାଡ଼ିକୁ ପିଟିଲା ଟ୍ରକ । ତେବେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ଼ ଜଗନ୍ନାଥ ମେହେର । ଏହି ଦୁର୍ଘଟଣାରେ ଜଣେ ଏଏସଆଇ (ASI)  ଓ ହୋମଗାର୍ଡ଼ (Home guard) ମଧ୍ଯ ଗୁରୁତର ହୋଇଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ଏକ ରେସକ୍ୟୁ ଅପରେସନ (rescue operations) ସାରି ଏକ ବ୍ୟକ୍ତିଗତ ବୋଲେରୋ ଗାଡ଼ିରେ ଥାନା ଅଭିମୁଖେ ଯାଉଥିଲେ ଯାଉଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ତି କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହ ବୋଲେରୋଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋ ଓଲଟି ପଡ଼ିଥିଲା । ତେବେ ଘଟଣାସ୍ଥଳରେ ହିଁ କାର୍ଯ୍ୟରତ ହୋମଗାର୍ଡ଼ ଓ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ଜଣେ ଏଏସଆଇ (ASI) ଅଧିକାରୀ ଓ ହୋମଗାର୍ଡ଼କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ତିନୋଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ (Road Accident) ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବୁଲଢାନାରେ ଏକ ରାଜ୍ୟ ପରିବହନ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୭ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି ଜଣାପଡିଛି। ସେହିପରି ସକାଳେ ନାଗପୁର-ପୁଣେ ରାଜପଥରେ ଏକ ଦୁର୍ଘଟଣା ଘଟିଥିଲା । ଏକ ବସ୍ ପୁଣେରୁ ବୁଲଡାନାର ମହେକର ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ମେହେକରରୁ ସିନ୍ଧଖେଡରାଜ ଆଡକୁ ଯାଉଥିଲା। ଏହି ସମୟରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ବସଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ବସ୍‌ର ସମ୍ମୁଖ କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଉଭୟ ଗାଡିର ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭର ଫସି ରହିଥିଲେ। କୌଣସି ପ୍ରକାରେ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇଥିଲା।


ଏହା ବି ପଢନ୍ତୁ-UPSC Result 2023: ପ୍ରଥମ ଚାରିଟି ସ୍ଥାନରେ ଝିଅ, ଇଶିତା କିଶୋର ସର୍ବଭାରତୀୟ ଟପ୍ପର, ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା


ଏଥି ସହ ଅମରାବତୀ ଜିଲ୍ଲାରେ ଏକ ଟ୍ରକ୍ ଓ ଟାଟା ଏସ୍ ଗାଡି ମଧ୍ୟରେ ଧକ୍କା ହୋଇଥିଲା। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଦରିଆପୁରରୁ ଅଞ୍ଜଙ୍ଗା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତକ ତଟାନଗର ବାବଡିର ବାସିନ୍ଦା ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ଯରେ ୨ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି । ସେହିପରି ମୁମ୍ବାଇ ପୁଣେ ରାଜପଥରେ ଗୋଟିଏ କଣ୍ଟେନର ସହିତ ୫ଟି ଗାଡ଼ି କ୍ରମାଗତ ଭାବେ ଧକ୍କା ହୋଇଥିଲା । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨ ଜଣ ଗୁରୁତର ଓ ୩ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।


ଏହା ବି ପଢନ୍ତୁ-Jodhpur Famous Temple: ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳ ସମସ୍ତ ମନୋକାମନା


ଏହା ବି ପଢନ୍ତୁ-UPSC Result 2023: ଏଠାରେ ଦେଖନ୍ତୁ ଓଡ଼ିଆ ପ୍ରତିଯୋଗୀଙ୍କ ପୂରା ତାଲିକା