Jodhpur Famous Temple: ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳ ସମସ୍ତ ମନୋକାମନା
Advertisement
Article Detail0/zeeodisha/odisha1708658

Jodhpur Famous Temple: ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳ ସମସ୍ତ ମନୋକାମନା

Rajasthan Famous Temple:  ଏହି ଅନନ୍ୟ ମନ୍ଦିରର ନାମ ହେଉଛି ଇଶ୍କକିଆ ଗଣେଶ ମନ୍ଦିର । ଏହି ମନ୍ଦିର ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ । ପ୍ରତ୍ୟେକ ବୁଧବାର ଦିନ ଏଠାରେ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।  ଏହା ବ୍ୟତୀତ ଅନ୍ୟ ଗଣେଶ ମନ୍ଦିର ପରି ଏଠାରେ ମଧ୍ଯ ଦୈନିକ ପୂଜାପାଠ କରାଯାଏ । 

ସୌ(ସୋସିଆଲ ମିଡିଆ)

Rajasthan Jodhpur Famous Temple: ଆମ ଦେଶରେ ଅନେକ ମନ୍ଦିର ରହିଛି, ସେଥିଲାଗି ଭାରତକୁ ମନ୍ଦିରର ଦେଶ ବୋଲି ମଧ୍ଯ କୁହାଯାଏ । ପ୍ରତ୍ୟେକ ମନ୍ଦିର ନିଜ ନିଜର ବିଶେଷତ୍ବ ଓ ପରମ୍ପରା ପାଇଁ ଜଣାସୁଣା । ତେବେ ଆଜି ଆମେ ରାଜସ୍ଥାନର (Rajasthan) ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରେମ ନିବେଦନ କରାଯାଏ ଓ ଏଠାରେ ପ୍ରେମୀ ମାନଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏମିତି କି ଏହି ମନ୍ଦିରରେ ପ୍ରେମୀ ମାନଙ୍କ ଭିଡ଼ ମଧ୍ଯ ଲାଗେ ।  କୁହାଯାଏ ଏହି ମନ୍ଦିରରେ ପ୍ରେମୀ ଯୁଗଳ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବା ଦ୍ବାରା ସେମାନଙ୍କ ମନୋକାମନା ପୂରଣ ହୋଇଥାଏ । ଏହି ଅନନ୍ୟ ମନ୍ଦିରର ନାମ ହେଉଛି ଇଶ୍କକିଆ ଗଣେଶ ମନ୍ଦିର (Ishkiya Ganesh Ji Temple) । ଏହି ମନ୍ଦିର ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ । ପ୍ରତ୍ୟେକ ବୁଧବାର ଦିନ ଏଠାରେ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।  ଏହା ବ୍ୟତୀତ ଅନ୍ୟ ଗଣେଶ ମନ୍ଦିର ପରି ଏଠାରେ ମଧ୍ଯ ଦୈନିକ ପୂଜାପାଠ କରାଯାଏ । ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଦର୍ଶନ ଲାଗି ଆସିଥାଆନ୍ତି । କୁହାଯାଏ ଯେ, ଏଠାକୁ ଆସୁଥିବା କୌଣସି ପ୍ରେମୀ ଯୁଗଳ ନିରାଶ ହୁଅନ୍ତି ନାହିଁ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମନ୍ଦିରଟି ବେଶ ସ୍ୱତନ୍ତ୍ର ଅଟେ, ତେଣୁ ଆସନ୍ତୁ ଜାଣିବା ଏହି ଅନନ୍ୟ ମନ୍ଦିର ବିଷୟରେ ...

ଦୂର ହୋଇଥାଏ ପ୍ରେମ ବିବାହ ନେଇ ଲାଗି ରହିଥିବା ସମସ୍ୟା

ବିଶ୍ୱାସ ରହିଛି ଯେ, ଏହି ଇଶ୍କକିଆ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ବାରା ଅବିବାହିତ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥାଏ । ଏହା ସହ ଅବିବାହିତ ମାନଙ୍କୁ ସେମାନଙ୍କୁ ଇଚ୍ଛା ଅନୁଯାୟୀ ଜୀବନସାଥୀ ମିଳିଥାଏ । ଏହା ସହିତ, ଦାମ୍ପତ୍ୟ ଜୀବନରେ ପ୍ରେମ ସମ୍ପର୍କ ମଧୁର ରହିଥାଏ । ଦମ୍ପତି ଓ ପ୍ରେମୀ ଯୁଗଳଙ୍କ ବ୍ୟତୀତ ପ୍ରତ୍ୟେକ ବୟସ ବର୍ଗର ଭକ୍ତମାନେ ମଧ୍ୟ ସେମାନଙ୍କ ମନୋକାମନା ନେଇ ଏଠାକୁ ଭଗବାନ ଗଣେଶଙ୍କ ଦର୍ଶନ ଲାଗି ଆସିଥାଆନ୍ତି ।

ପ୍ରତ୍ୟେକ ବୁଧବାର ଦିନ ଲାଗିଥାଏ ପ୍ରେମୀ ଯୁଗଳଙ୍କ ମେଳା

ପ୍ରତି ବୁଧବାର ଏହି ମନ୍ଦିରରେ ପ୍ରେମୀ ଯୁଗଳଙ୍କ ( Couple) ମେଳି ଦେଖିବାକୁ ମିଳିଥାଏ । ଅନେକ ପ୍ରେମୀ ବିବାହ ପାଇଁ ଆବେଦନ କରିବାକୁ ଏଠାକୁ ଆସିଥାଆନ୍ତି । ଏହା ବ୍ୟତୀତ କେହି ଭକ୍ତ ନିଜ ବିବାହ ଲାଗି ନିମନ୍ତ୍ରଣ କରିବାକୁ ଆସନ୍ତି ତ ଆଉ କେହି ଧନ୍ୟବାଦ ଦେବାକୁ ଆସିଥାଆନ୍ତି । ଏହି ମନ୍ଦିର ସକାଳ ୫ ଟାରୁ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୫.୩୦ରୁ ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଖୋଲା ରହିଥାଏ ।  କିନ୍ତୁ , ବୁଧବାର ଦିନ ଆପଣ ରାତି ୧୧ ଟା ପର୍ଯ୍ୟନ୍ତ ଏଠାରେ ପରିଦର୍ଶନ କରିପାରିବେ ।

ମନ୍ଦିରକୁ ନେଇ କି ରୋଚକ କଥା

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯୋଧପୁରର ଇଶ୍କକିଆ ଗଣେଶ ମନ୍ଦିର ପ୍ରାୟ ଶହେ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲା। ଏହି ମନ୍ଦିର ଗୁରୁ ଗଣପତି ନାମରେ ସହରର ଏକ ସଂକୀର୍ଣ୍ଣ ରାସ୍ତାରେ ଥିବା ଏକ ଘର ବାହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ମନ୍ଦିର ଏପରି ଭାବେ ନିର୍ମାଣ କରାଯାଇଛି ଯେ ଏଠାରେ ଠିଆ ହୋଇଥିବା କୌଣସି ବ୍ୟକ୍ତି ଦୂରରୁ କାହାକୁ ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ । ତେବେ ଏହି କାରଣରୁ ପ୍ରେମୀଯୁଗଳ ମାନେ ପ୍ରଥମ ଏଠାକୁ ଗୁପ୍ତ ଭାବେ ନିଜ ପ୍ରେମୀ ସହ ଦେଖା ସାକ୍ଷାତ କରିବା ଲାଗି ଆସୁଥିଲେ । ପରେ ଧୀରେ ଧୀରେ ଏହି ମନ୍ଦିର ପ୍ରେମୀ ଯୁଗଳଙ୍କ ପ୍ରଥମ ପସନ୍ଦ ପଲଟିଥିଲା । ଏହା ପରେ ଯୁବତ ଓ ଯୁବତୀମାନେ ପରସ୍ପରକୁ ଦେଖା ସାକ୍ଷାତ କରିବା ଲାଗି ଏଠାକୁ ଆସିବା ଆରମ୍ଭ କଲେ । ଏଠାକୁ ଆସିବା ପରେ ପ୍ରେମୀଯୁଗଳ ଗଜାନନଙ୍କ ନିକଟରେ ବିବାହ ନେଇ ମନୋକାମନା ମାଗିଥାଆନ୍ତି । ବିବାହ ହେବା ପରେ ଗଣେଶଙ୍କ ଆଶୀର୍ବାଦ ସହ ଧନ୍ୟବାଦ ଜଣାଇବା ଲାଗି ଆସନ୍ତି । ଏହି କାରଣରୁ ଏହି ମନ୍ଦିର ଗୁରୁ ଗଣପତିଙ୍କ ଠାରୁ ଇଶ୍କକିଆ ଗଣେଶ ମନ୍ଦିର ନାମରେ ପ୍ରସିଦ୍ଧ ଅଟେ।

Also Read- UPSC Result 2023: ପ୍ରଥମ ଚାରିଟି ସ୍ଥାନରେ ଝିଅ, ଇଶିତା କିଶୋର ସର୍ବଭାରତୀୟ ଟପ୍ପର, ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )