ଗଞ୍ଜାମ ( Ganjam) : ଶେରଗଡ଼ରେ ମାଆ ଓ ଦୁଇ ଛୁଆଁଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ନୂଆ ଟ୍ବିଷ୍ଟ ଆସିଛି (Food Poisoning Case)। ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମୃତ ସାବିତ୍ରୀଙ୍କ ମାଆ ଓ ଭାଇ ସ୍ବାମୀ ପ୍ରଶାନ୍ତ ଡାକୁଆଙ୍କୁ ନାଁରେ ଶେରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଝିଅ ଓ ଦୁଇ ନାତିଙ୍କ ମୃତ୍ୟୁ ପାଇଁ ଜ୍ବାଇଁ ପ୍ରଶାନ୍ତ କୁମାର ଡାକୁଆ ଦାୟୀ ବୋଲି ସାବିତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି । ଏପରିକି ଜାଣିଶୁଣି ସେ ତିନି ଜଣଙ୍କୁ ଖାଦ୍ୟରେ ବିଷ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଶେରଗଡ ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତ ଡାକୁଆଙ୍କୁ ଅଟକ ରଖିଛି ପୋଲିସ ।  ଏବଂ ତଦନ୍ତ ଚଳାଇଛି । ଖାଲି ସେତିକି ନୁହେଁ, ପ୍ରଶାନ୍ତ ଅବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କ ମାଆ ଉର୍ମିଳା ଡାକୁଆଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଫଳରେ ଉର୍ମିଳାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ, ଏପର୍ଯ୍ୟନ୍ତ ତିନିଜଣଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନି। କେଉଁ ପରିସ୍ଥିତିରେ ତିନି ଜଣଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଏବଂ ପୋଷ୍ଟ ମର୍ଟନ ରିପୋର୍ଟ ଆସିଲେ । ତାହା ସ୍ପଷ୍ଟ ହେବ । ତେବେ, ଏଠାରେ ପ୍ରଶ୍ନ ଉଠୁଛି, ପ୍ରଶାନ୍ତ କାହିଁକି ଏଭଳି କଲେ ? କାହିଁକି ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଖାଦ୍ୟରେ ଦେଲେ ବିଷ ? କଣ ତାଙ୍କ ବୈବାହିକ ଜୀବନ ଠିକ୍ ଠାକ୍ ଚାଲୁନଥିଲା ? ନାଁ ସେ ଅନ୍ୟ କାହା ସହ ସମ୍ପର୍କରେ ଥିଲେ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍।  


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Viral Video: ବିଡ଼ା ବିଡ଼ା ନୋଟରେ ଶୋଭାପାଇଲେ ଅଗ୍ରପୂଜ୍ୟ, ୬୫ ଲକ୍ଷ ଟଙ୍କାରେ ସଜେଇ ହେଲା ମଣ୍ଡପ; ଦେଖନ୍ତୁ ଭିଡ଼ିଓ


ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ତି  ଶେରଗଡ଼ ଥାନା ଶ୍ରୀରାମ ନଗରରେ ଅଞ୍ଚଳରେ ଭଡା଼ ନେଇ ରୁହନ୍ତି ଶିକ୍ଷୟତ୍ରୀ ସାବିତ୍ରୀ ବେହେରାଙ୍କ ପରିବାର।  ଶାଶୁ ଉର୍ମିଳା ,ସ୍ବାମୀ ଓ ଦୁଇ ୫ ବର୍ଷର ଦୁଇ ଯାଆଁଳ ପୁଅଙ୍କୁ ନେଇ ତାଙ୍କର ତେଲ ଲୁଣର ସଂସାର। ସବୁଦିନ ପରି ଶନିବାର ରାତିରେ ଘରେ ସମସ୍ତେ ଖାଦ୍ୟ ଖୋଇ ଶୋଇଥିଲେ। କିନ୍ତୁ ସକାଳୁ ହେଲା ବେଳକୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଶିକ୍ଷୟତ୍ରୀ ସାବିତ୍ରୀ ବେହେରାଙ୍କ ସହ ତାଙ୍କ ଦୁଇ ଯାଆଁଳା ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏବଂ ସାବିତ୍ରୀଙ୍କ ସ୍ବାମୀଙ୍କ ବି ଅସୁସ୍ଥ ହୋଇପଡିଥିଲେ। ସାବିତ୍ରୀଙ୍କ ଶାଶୁ ଉର୍ମିଳା ଡାକୁଆଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ତିନି ଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ବିଶାକ୍ତ ଖାଦ୍ୟ ଖାଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।