Law Exam 2024 (ଭୁବନେଶ୍ୱର): କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (Madhusudan Law University) ଅଧୀନସ୍ଥ ୨୮ଟି ମହାବିଦ୍ୟାଳୟର ପରୀକ୍ଷା ବାତିଲ୍‍ ହୋଇଛି। ଆଇନ ସ୍ନାତକ ପାଠ୍ୟକ୍ରମର ଶେଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷାରେ ସିଲାବସ୍‍ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ବାତିଲ କରାଯାଇଛି। ଏ-ନେଇ ବିଶ୍ବଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଜି ଷଷ୍ଠ ସେମିଷ୍ଟର ପରୀକ୍ଷା ଆୟୋଜନ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ବଣ୍ଟାଯାଇଥିଲା। କିନ୍ତୁ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ରରେ ବିଭ୍ରାଟ ଥିବା ଲକ୍ଷ୍ୟ କରିଥିଲେ। ଯେଉଁ ପ୍ରଶ୍ନପତ୍ର ବଣ୍ଟାଯାଇଥିଲା ସେଥିରେ ପୂର୍ବ ବର୍ଷର ପ୍ରଶ୍ନ ରହିଥିଲା। ଏ-ପ୍ରଶ୍ନ ଆସିଥିବା ବିଷୟ ସବୁ ପାଠ୍ୟକ୍ରମ ଭିତରେ ନଥିବାରୁ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ-ହାକୁ ଯାଞ୍ଚ କରି ପରୀକ୍ଷା ବାତିଲ ପାଇଁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ସମୟରେ କେବେ ପରୀକ୍ଷା ହେବ ତାହା ଜଣାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି।