Odisha News:(ଭୁବନେଶ୍ୱର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି । ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ । ବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସଂଶୋଧନ କରାଯାଇପାରିବ । ଜୁଲାଇ ୧୨ ରୁ ୨୨ ତାରିଖ ମଧ୍ୟରେ ସଂଶୋଧନ କରିପାରିବେ । ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଫି’ଦେଇ ସଂଶୋଧନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାର ତଦାରଖ କରିବାକୁ କୁହାଯାଇଛି । ଚଳିତ ବର୍ଷ ଫଳାଫଳ ପ୍ରକାଶ ଦିନ ପ୍ରଥମ କରି ଡିଜିଟାଲ୍‍ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା। କିନ୍ତୁ ପୂର୍ବପରି ପ୍ରମାଣପତ୍ରର ମୂଳ ହାର୍ଡକପି ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏବେ ବୋର୍ଡ କର୍ତ୍ତୃପକ୍ଷ ଏହି ପ୍ରମାଣ ପତ୍ର ଦେବା ପରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟକ ହେବ। ସେମାନେ ବିଭିନ୍ନ ଅନୁଷ୍ଠାନରେ ନାମ ଲେଖାଇବା ସହଜ ହେବ।