Odisha News: ହାଓ୍ୱଲା ଟଙ୍କା କାରବାରରେ ଓଡ଼ିଶା ସାଂସଦ!
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆଉ ଏକ ଅର୍ଥନୀତିକ ଜାଲିଆତି ବା ମନି ଲଣ୍ଡରିଂ ଅଭିଯୋଗ ଆସିଛି। କିଛିଦିନ ହେଲା ଚିଟ୍ଫଣ୍ଡ, ବେଆଇନ ଟଙ୍କା କାରବାରକୁ ନେଇ ପଡ଼ୁଥିବା ଉଠୁଥିବା ଓଡ଼ିଶା ରାଜନୀତିରେ ପୁଣିଥରେ ଏମିତି ଏକ ଆଲୋଡ଼ନ ସାମ୍ନାକୁ ଆସିଛି। ଜଣେ ସାଂସଦଙ୍କୁ ଏହି ମାମଲାରେ ଛନ୍ଦାଯାଇଛି। ସେ ପୁଣି ଆଉଜଣେ ପଶ୍ଚିମବଙ୍ଗ ସାଂସଦଙ୍କ
Odisha News: ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆଉ ଏକ ଅର୍ଥନୀତିକ ଜାଲିଆତି ବା ମନି ଲଣ୍ଡରିଂ ଅଭିଯୋଗ ଆସିଛି। କିଛିଦିନ ହେଲା ଚିଟ୍ଫଣ୍ଡ, ବେଆଇନ ଟଙ୍କା କାରବାରକୁ ନେଇ ପଡ଼ୁଥିବା ଉଠୁଥିବା ଓଡ଼ିଶା ରାଜନୀତିରେ ପୁଣିଥରେ ଏମିତି ଏକ ଆଲୋଡ଼ନ ସାମ୍ନାକୁ ଆସିଛି। ଜଣେ ସାଂସଦଙ୍କୁ ଏହି ମାମଲାରେ ଛନ୍ଦାଯାଇଛି। ସେ ପୁଣି ଆଉଜଣେ ପଶ୍ଚିମବଙ୍ଗ ସାଂସଦଙ୍କ ସହ। ସମ୍ପୃକ୍ତ ପଶ୍ଚିମବଙ୍ଗ ସାଂସଦଙ୍କ ଲାଗି ହାଓ୍ୱଲାରେ ଆସିଥିବା ୨ କୋଟି ଟଙ୍କା ତାଙ୍କ ପାଖରେ ନିରାପଦରେ ରହିଥିବା ବି ଚର୍ଚ୍ଚା ହେଉଛି। ଏହା ସୋଶାଲ୍ ମିଡିଆରେ ପ୍ରଘଟ ହେବା ପରେ କିଏ ସେ ଓଡ଼ିଶା ସାଂସଦ ତାହାକୁ ନେଇ ଚାପାରେ ଖୋଳତାଡ଼ ଚାଲିଛି।
ଓଡ଼ିଶାର ରାଜନେତାମାନେ ଅନୈତିକ ଅର୍ଥ କାରବାରରେ ସଂପୃକ୍ତ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ସାଂସଦ ରାମଚନ୍ଦ୍ର ହାଁସଦା ଏପରି ମାମଲାରେ ଛନ୍ଦି ହୋଇ ସିବିଆଇ ଓ ଇଡି ନଜରକୁ ଆସିଛନ୍ତି। ଶ୍ରୀ ବିଶ୍ୱାଳଙ୍କ ନାଁରେ ଏବେ ବି ଇଡି ମାମଲା ଜାରି ରଖିଛି। ଅପରପକ୍ଷେ ଏହି ଦୁଇ ବିଧାୟକଙ୍କ ବେଆଇନ କାରବାରରୁ ନିଜକୁ ମୁକୁଳାଇବା ଲାଗି ବିଜେଡି ତାଙ୍କୁ ଟିକଟ ବି ଦେଇନାହିଁ। ରାମଚନ୍ଦ୍ର ମଧ୍ୟ ସମାନ ଦଣ୍ଡ ଭୋଗୁଛନ୍ତି।
ଏଭଳି ପରିସ୍ଥିତିରେ ଆଉ ଜଣେ ସାଂସଦ ବେଧଡ଼କ ହୋଇ ଜଣେ ବିରୋଧୀ ଦଳ ସାଂସଦଙ୍କ ଲାଗି ଉଦ୍ଦିଷ୍ଟ ଟଙ୍କାକୁ ନିଜ ହେପାଜତରେ ନିରାପଦ ଯୋଗାଇବା ତାଙ୍କର ବିଶାଳ ସାହସ ଓ ପ୍ରଭାବକୁ ସ୍ପଷ୍ଟ କରୁଛି। ସୋଶାଲ୍ ମିଡିଆରେ ଚାଲିଥିବା ଚର୍ଚ୍ଚା ଅନୁସାରେ ସମ୍ପୃକ୍ତ ସାଂସଦଙ୍କୁ ପଶ୍ଚିମବଙ୍ଗର ଜଣେ ମହିଳା ସାଂସଦ ଏହି ଟଙ୍କା ଗ୍ରହଣ କରିବାକୁ କହିଥିଲେ। ଏପରିକି ପଶ୍ଚିମବଙ୍ଗର ଏହି ସାଂସଦଙ୍କ ଲାଗି ନିକଟରେ କିଣାଯାଇଥିବା ମହଙ୍ଗା ଆସବାବ ସେ ନିଜ ନାଁରେ କିଣିଥିବା ଅଭିଯୋଗ ହୋଇଛି।
ପ୍ରଶ୍ନ ଉଠୁଛି ଏତେ ପରିମାଣର ଟଙ୍କା ଆସିଲା କେଉଁଠୁ ଓ କାହିଁକି? ଏହି ଟଙ୍କା ଶିଳ୍ପପତି ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟକରି ସାମାଜିକ କ୍ୟାମ୍ପେନ୍ ଚଳାଇବା ଲାଗି ଜଣେ ହାଓ୍ୱଲା ଏଜଣ୍ଟଙ୍କ ମାଧ୍ୟମରେ ଆସିଥିବା ଅଭିଯୋଗ ହୋଇଛି। ଏହାସହ ସଂସଦରେ ଆଦାନୀଙ୍କ ବିରୁଦ୍ଧରେ ପ୍ରଶ୍ନ ପଚାରିବା ଲାଗି ଏହି ଅର୍ଥ ଉଦ୍ଦିଷ୍ଟ ଥିଲା ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଆଜିକୁ ୨ ବର୍ଷ ତଳେ ଡିସେମ୍ବର ୨୫, ୨୦୨୧ରେ ଏହି ଟଙ୍କା ଗୋଆରୁ ସ୍ଥାନାନ୍ତର ହୋଇଛି। ଏ ଟଙ୍କା କିନ୍ତୁ ଜଣେ ଓଡ଼ିଶା ସାଂସଦଙ୍କୁ ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ପଶ୍ଚିମବଙ୍ଗରେ ସମ୍ପୃକ୍ତ ସାଂସଦଙ୍କ ଘରେ ପଡ଼ିଥିବା ଏହି ଆସିବାବ ‘ଓବିଟି’ ନାମକ ଏକ ସଂସ୍ଥାରୁ କିଣାଯାଇଛି।
Also Read: Vigilance Raid: ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ ଜେଇ, ଏକକାଳୀନ ୯ଟି ସ୍ଥାନରେ ଚଢଉ
Also Read: DA Hike: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, DA ବୃଦ୍ଧି ନେଇ ଆସିପାରେ ଖୁସି ଖବର..