History of ICE: ଭାରତରେ ବରଫ ବ୍ୟବସାୟ ଆରମ୍ଭ କିଏ କରିଥିଲା, କେବେଠାରୁ ଆରମ୍ଭ ହୋଇଥିଲା ବରଫର କାରବାର ପଢନ୍ତୁ ପୂରା ରିପୋର୍ଟ
Advertisement

History of ICE: ଭାରତରେ ବରଫ ବ୍ୟବସାୟ ଆରମ୍ଭ କିଏ କରିଥିଲା, କେବେଠାରୁ ଆରମ୍ଭ ହୋଇଥିଲା ବରଫର କାରବାର ପଢନ୍ତୁ ପୂରା ରିପୋର୍ଟ

ରେଭେନ୍ସା କଲେଜର ପ୍ରତିଷ୍ଠାତା ତଥା ବ୍ରିଟିଶ ଭାରତରେ କଟକ କମିଶନର ଥିବା ରେଭେନ୍ସା ଓଡ଼ିଶାକୁ ପ୍ରଥମ ବରଫ ମେସିନ୍ ଆଣିଥିଲେ । ଏହାକୁ ସେ ଲଣ୍ଡନରୁ ମଗାଇଥିଲେ। 

History of ICE: ଭାରତରେ ବରଫ ବ୍ୟବସାୟ ଆରମ୍ଭ କିଏ କରିଥିଲା, କେବେଠାରୁ ଆରମ୍ଭ ହୋଇଥିଲା ବରଫର କାରବାର ପଢନ୍ତୁ ପୂରା ରିପୋର୍ଟ

History of ICE: ନୂଆଦିଲ୍ଲୀ: ଗୋଟିଏ ସମୟ ଥିଲା ଯେତେବେଳେ ବରଫ ମିଳୁନଥିଲା। ଫ୍ରିଜ୍ ପାଇଁ ଏବେ ହାତପାହନ୍ତାରେ ବରଫ ଅଛି। କିନ୍ତୁ କେବେ ଭାବିଛନ୍ତି କି ଅତିତରେ ଭାରତରେ ଧନୀକଶ୍ରେଣୀର ବ୍ୟକ୍ତି କେମିତି ଓ କେଉଁଠାରୁ ନିଜ ବ୍ୟବହାର ପାଇଁ ବରଫ ପାଉଥିଲେ ? ବରଫର ବ୍ୟବହାର ହଜାର  ହଜାର ବର୍ଷ ଧରି ଖାଦ୍ୟକୁ ସଂରକ୍ଷିତ କରିବାକୁ ବ୍ୟବହୃତ ହୋଇ ଆସୁଛି। ବରଫାବୃତ ଅଂଚଳରେ ବରଫ ମିଳିବା ସହଜ କିନ୍ତୁ ଭାରତ ଭଳି ଦେଶରେ ହିମାଳୟ ପାଦଦେଶକୁ ଛାଡ଼ିଦେଲେ ଅନ୍ୟତ୍ର ବରଫ ମିଳେନାହିଁ। ଏମିତିରେ ଅତିତରେ ରାଜା ମହାରାଜା ହିମାଳୟରୁ ନିଜ ବ୍ୟବହାର ପାଇଁ ବରଫ ଆଣୁଥିଲେ। 

ମୋଗଲ କାଳରେ ହିମାଳୟରୁ ଆଗ୍ରା ଆସୁଥିଲା ବରଫ 
୧୫୨୬ରେ ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ମୋଗଲ ବରଫାବୃତ ତାଜିକିସ୍ତାନରୁ ଭାରତ ଆସିଥିଲେ। ଭାରତରେ ସେମାନେ ବରଫ ଖୋଜିଥିଲେ କିନ୍ତୁ ଆଗ୍ରାରେ ବରଫ ମିଳିବା ଅସମ୍ଭବ ଥିଲା। ଏମିତିରେ ହୁମାଁୟୁଙ୍କ ଶାସନ କାଳରେ ହିମାଳୟରୁ ବରଫ ହାତି ଘୋଡା଼ରେ ଲଦା ହୋଇ ଆଗ୍ରା ଆସୁଥିଲା। ଆଗ୍ରାରୁ ହିମାଳୟର ଦୁରତା ଥିଲା ୫ଶହ ମାଇଲ। ତେଣୁ ବଡ଼ବଡ଼ ବରଫଖଣ୍ଡ ଆଗ୍ରାରେ ପହଞ୍ଚିଲା ବେଳେକୁ ମାତ୍ର ଅଳ୍ପକିଛି ବଳୁଥିଲା। ବରଫକୁ ହିମାଳୟରୁ ଆଣିବା ବେଳେ ସେଥିଲେର ସଲ୍ଟ ପିପର ଛିଂଚାଯାଉଥିଲା। ଯେମିତିକି ବରଫ ଅଧିକ ଦିନ ସଂରକ୍ଷିତ ରହିବ। ଏପରିକି ମୋଗଲ ଶାସକ ବିଭିନ୍ନ ଫଳମୁଳ ହିମାଳୟ ପଠାଇ ସେଠାରେ ବରଫରେ ରଖୁଥିଲେ। ଯେମିତି ପରେ ତାକୁ ଆଗ୍ରା ଆଣି ବ୍ୟବହାର କରାଯାଇ ପାରିବ। ମହାରାଜା ରଣଜିତ ସିଂହ ମଧ୍ଯ ହିମାଳୟରୁ ବରଫ ମଗାଉଥିଲେ। 

ବରଫ ବେପାର କଲା କୋଟିପତି 
ଇଂରେଜ ଭାରତ ଅଧିକାର କରିବା ପରେ ସେମାନେ ନିଜ ଦେଶର ଥଣ୍ଡା ପରିବେଶକୁ ଝୁରୁଥିଲେ। ବରଫ ସେମାନଙ୍କ ପାଇଁ ସ୍ୱପ୍ନ ଥିଲା। ଏହିଭଳି ପରିସ୍ଥିତିକୁ ଜଣେ ଆମେରିକୀୟ ବ୍ୟବସାୟୀ ନିଜ ଫାଇଦା ପାଇଁ ବ୍ୟବହାର କରିଥିଲେ। ଆମେରିକାର ବିଲ୍ ଟ୍ୟୁଡର ନାମକ ବ୍ୟକ୍ତି ବରଫ ବିକ୍ରି କରୁଥିଲେ। କିନ୍ତୁ ତାଙ୍କୁ ପ୍ରଥମେ ଏଥିରେ କ୍ଷତି ସହିବାକୁ ପଡିଥିଲା। ପରେ ଟ୍ୟୁଡରଙ୍କ ସହିତ ସାମୁଏଲ ଆଷ୍ଟିନ ଯୋଗ ଦେଇଥିଲେ।  ଆଷ୍ଟିନ ଭାରତରେ ରହୁଥିବା ଇଂରେଜମାନଙ୍କ ବାବଦରେ ଏହା ଜାଣିଥିଲେ ଯେ, ସେମାନଙ୍କ ପାଇଁ ବରଫ ଦୁର୍ମୁଲ୍ୟ। ସେ ଭାରତରେ ବରଫ ବ୍ୟବସାୟ କରିବାକୁ ଅଣ୍ଟା ଭିଡିଥିଲେ। ଟ୍ୟୁଡରଙ୍କ ସହିତ ମିଶି ଆଷ୍ଟିନ୍ ଜାହଜରେ ବରଫ ଲଦି ଉଭୟ ଭାରତ ଯାତ୍ରା କରିଥିଲେ। ୧୮୩୩ରେ ଟ୍ୟୁଡର ବରଫ କମ୍ପାନୀର ପ୍ରଥମ ମାଲ ମେ’ ମାସରେ ଗରମରେ କୋଲକତାରେ ପହଂଚିଥିଲା । ମୋଟ ୧ଶହ ଟନ୍ ବରଫ ସେମାନେ ଭାରତ ଆଣିଥିଲେ। ସେମାନଙ୍କ ବରଫ ତୁରନ୍ତ ବିକ୍ରି ହୋଇଗଲା। କୋଲକତା ଭଳି ବମ୍ବେ ଓ ଅନ୍ୟ ସହରରେ ବରଫ ବିକ୍ରି କରିବାକୁ ଇଂରେଜ୍ ଟ୍ୟୁଡର କମ୍ପାନୀକୁ ଅନୁରୋଧ କରିଥିଲେ।ଟ୍ୟୁଡର କମ୍ପାନୀ ଲାଭ କମାଇବାର କୌଣସି ମୌକା ହାତଛଡା କରିନଥିଲା। ବମ୍ବେ ସହିତ ଅନ୍ୟ ଭାରତୀୟ ବନ୍ଦରରେ ବରଫ ବିକ୍ରି ହେଲା। ୧୮୩୩ରୁ ୧୮୮୩ ଭିତରେ ମାତ୍ର ୨୦ ବର୍ଷରେ ଟ୍ୟୁଡର କମ୍ପାନୀ ବରଫ ବିକି ୧୭ କୋଟିର ନେଟ ଲାଭ ଅର୍ଜନ କରିଥିଲା।  

୧୮୫୧ରେ ଆସିଲା ବରଫ ତିଆରି ମେସିନ, ଡୁବିଲଗା ଟ୍ୟୁଡର କମ୍ପାନୀ 
୧୮୫୦ରେ ବେନ୍ ପିୟର୍ସ ପ୍ରଥମ ବରଫ ତିଆରି ମେସିନ୍ ତିଆରି କରିଥିଲେ । ତେବେ ପ୍ରକୃତ ବରଫ ତିଆରି ମେସିନ୍ ତିଆରି କରିଥିଲେ ଜେମ୍ସ ହାରିସନ। ୧୮୫୧ରେ ହାରିସନ ତିଆରି କରିଥିବା ମେସିନ ଦୈନିକ ୩ ହଜାର କିଲୋ ବରଫ ତିଆରି କରିପାରୁଥିଲା। ଏହି ମେସିନ ଭାରତ ଆସିବା ପରେ ଇଂରେଜ୍ ଆଉ ଟ୍ୟୁଡର କମ୍ପାନୀର ବରଫ କିଣିଲେ ନାହିଁ। ଫଳରେ ଟ୍ୟୁଡର କମ୍ପାନୀର ବ୍ୟବସାୟ ବୁଡିଯାଇଥିଲା।  

ଓଡ଼ିଶାକୁ କେବେ ଆସିଲା ପ୍ରଥମ ବରଫ ମେସିନ ? 
ରେଭେନ୍ସା କଲେଜର ପ୍ରତିଷ୍ଠାତା ତଥା ବ୍ରିଟିଶ ଭାରତରେ କଟକ କମିଶନର ଥିବା ରେଭେନ୍ସା ଓଡ଼ିଶାକୁ ପ୍ରଥମ ବରଫ ମେସିନ୍ ଆଣିଥିଲେ । ଏହାକୁ ସେ ଲଣ୍ଡନରୁ ମଗାଇଥିଲେ। 

Also Read: NZ vs Afg: ବିଶ୍ବକପରେ ଆଜି ନ୍ୟୁଜିଲାଣ୍ତ- ଅଫଗାନିସ୍ତାନ ମୁକାବିଲା, ବାଦ ପଡ଼ିଲେ ଏହି ଦଳର ଅଧିନାୟକ

Also Read: Accident News: ଦୁଃଖଦ ଖବର! ବାଣ କାରଖାନାରେ ନିଆଁ ଲାଗି ୧୬ ଜଣଙ୍କର ମୃତ୍ୟୁ..

Also Read: DA Hike: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, DA ବୃଦ୍ଧି ନେଇ ଆସିପାରେ ଖୁସି ଖବର..