Nandankanan: ଆଜିଠାରୁ ଖୋଲିବ ନନ୍ଦନକାନନ । ଉଭୟ (ପ୍ରାଣୀ ଓ ଉଦ୍ଭିଦ)  ଉଦ୍ୟାନ ଲୋକଙ୍କ ପାଇଁ ଖୋଲାଯିବ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି। ବାତ୍ୟା 'ଦାନା' କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କତ୍ତୃପକ୍ଷଙ୍କ ଉଦ୍ୟାନକୁ ୨ ଦିନ (୨୪ ଓ ୨୫ ତାରିଖ ) ବନ୍ଦ ରଖିଥିଲେ। 

 


 

ବାତ୍ୟା ପ୍ରଭାବ କମିବା ପରେ  ଉଭୟ ଉଦ୍ୟାନର ପାଚେରୀ ଓ ଉଦ୍ୟାନ ଭିତରର ଗଛଲତା ଓ ସମସ୍ତ ଜନ୍ତୁ ଖୁଆଡ଼ ତଦାରଖ ପରେ  ଆଜିଠାରୁ  ଉଭୟ ଉଦ୍ୟାନ ଖୋଲିବାକୁ  ନିସ୍ପତ୍ତି ହୋଇଛି। ବାତ୍ୟା ପ୍ରଭାବରେ ନନ୍ଦନକାନନ ଉଭୟ ଉଦ୍ୟାନରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ କିଛି ସ୍ଥାନରେ ଗଛ ଭାଙ୍ଗି  ପଡିଥିଲା।  ସୂଚନା ଯୋଗ୍ୟ,  ବାତ୍ୟା ପାଇଁ ନନ୍ଦନକାନନ ୨ ଦିନ ବନ୍ଦ ରଖାଯିବା ସହ ଜନ୍ତୁମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।  କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଥିଲା। ୨୫ ଟି ସ୍ଥାନରେ ୨୫ଟି ଚିମ୍ ରେ ୧୦୦ ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ।