Puri News: ଓଡି଼ଶାର ରାଜ୍ଯପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ (Sri Mandir) ଶ୍ରୀଜୀୟୁଙ୍କୁ ଦର୍ଶନ କରି (Raghubar Das offers prayer at Puri Jagannath temple )ସାନିଧ୍ୟ ଗ୍ରହଣ କରିଛନ୍ତି ରାଜ୍ଯପାଳ ରଘୁବର ଦାସ (New Governor Raghubar das)। ଜେଡ୍ ସୁରକ୍ଷା ମଧ୍ୟରେ ପୂର୍ବାହ୍ନ ୧୧ଟା୫୦ ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ରାଜ୍ଯପାଳ। ସେବାୟତଙ୍କ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଭବ୍ଯ ସ୍ୱାଗତ କରାଯାଇଥିଲା। ରାଜ୍ଯପାଳ ଭିତରକାଠ ନିକଟରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ମାତ୍ର କେଇମିନିଟ୍ ମଧ୍ୟରେ ଦର୍ଶନ ସାରି ପୁରୀ ରାଜଭବନକୁ ଯାଇଥିଲେ। ସେଠାରେ ବିଶ୍ରାମ କରିବା ପରେ ସେ ଭୁବନେଶ୍ୱର ଫେରିଯିବାର କାର୍ଯ୍ଯକ୍ରମ ରହିଛି। ସେପଟେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଓ ପୁରୀ ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ରାଜ୍ଯପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ମଙ୍ଗଳବାର ଦିନ ଓଡ଼ିଶାର ୨୬ତମ ରାଜ୍ୟପାଳ (New Governor) ଭାବେ ଶପଥ ଗ୍ରହଣ କରିଥିଲେ ରଘୁବାର ଦାସ (New Governor Raghubar das) । ରାଜଭବନରେ (Rajbhavan) ସକାଳ ୧୧ଟା ୪୫ ମିନିଟ୍ ରେ ନୂତନ ରାଜ୍ୟପାଳଙ୍କୁ ଶପଥ ପାଠ (Oath taking ceremony) କରାଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ମନ୍ତ୍ରୀ ଗଣ ଉପସ୍ଥିତ ଥିଲେ । ରାଜ୍ୟପାଳ (New Governor) ଭାବେ ଦାୟିତ୍ବ ନେବା ପୂର୍ବରୁ ସେ ଲିଙ୍ଗରାଜ ମନ୍ଦିର (lingaraj temple) ଯାଇ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ (Raghubar das) । 



ଏହାପୂର୍ବରୁ ସୋମବାର ଦିନ ସେ ପୁରୀ ଯାଇ ମହାପ୍ରଭୁଙ୍କ ମଧ୍ଯ ଦର୍ଶନ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ସେ ଶ୍ରୀମନ୍ଦିରରେ ସମୟ ବିତାଇବା ସହ ଶ୍ରୀଜିଉଙ୍କୁ ଦେଖି ଭାବବିହ୍ଵଳ ହୋଇପଡ଼ିଥିଲେ। କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ରାଜ୍ୟପାଳ ରଘୁବର ଦାସ ମତ ଦେଇଥିଲେ। ରାଜ୍ୟର ପ୍ରଗତିରେ ଦେଶର ପ୍ରଗତି। ଓଡ଼ିଶାରେ ଏକପାଖିଆ ନ ହୋଇ ସୁଶାସନ କିପରି ହୋଇପାରିବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନ ଦ୍ୱାର ଖୋଲା ରହିବ ବୋଲି ସେ କହିଥିଲେ । ରାଜ୍ୟରୁ ଗରିବୀ ହଟେଇବା ତାଙ୍କର ମୂଳ ଲକ୍ଷ୍ୟ ରହିବ। ପୁରୀରୁ ଦର୍ଶନ ସାରି ସେ ସିଧାସଳଖ ରାଜଭବନରେ ପହଞ୍ଚିଥିଲେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) ସ୍ୱାଗତ କରିଥିଲେ।