Odisha News: ସମ୍ବଲପୁରବାସୀଙ୍କ ପାଇଁ ଖୁସି ଖବର । ଏଣିକି ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟର ମଜା ଉଠାଇପାରିବେ ସମ୍ବଲପୁରବାସୀ। କାହିଁକିନା, ସମ୍ବଲପୁରରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟର ଉଦଘାଟନ ହୋଇଛି (Nimantran Restaurant opens by Odisha Government) ।  ଏକ ସ୍ଥାନର ସଂସ୍କୃତି କିମ୍ବା ସମ୍ପ୍ରଦାୟକୁ ବୁଝିବା ପାଇଁ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଏକ ଫ୍ଲାଗସିପ୍ ରେଷ୍ଟୁରାଣ୍ଟ ''ନିମନ୍ତ୍ରଣ'', ଓଡିଆ ଖାଦ୍ୟ ପାଇଁ ଠିକ ସେହି ପ୍ରୟାସ କରିଛି। 


COMMERCIAL BREAK
SCROLL TO CONTINUE READING

ସୋମବାର ''ନିମନ୍ତ୍ରଣ'' ରେଷ୍ଟୁରାଣ୍ଟ (Nimantran Restaurant) ସମ୍ବଲପୁରରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ ବାର୍ତ୍ତାକୁ ପଠନ କରି ଥିଲେ । ଯେଉଁଠାରେ ସେ କହିଥିଲେ ଯେ, ସମ୍ବଲପୁରରେ ଓଡିଶା ପର୍ଯ୍ୟଟନ ପକ୍ଷରୁ ତୃତୀୟ ''ନିମନ୍ତ୍ରଣ'' ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି। ଅନ୍ୟ ଦୁଇଟି ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଭୁବନେଶ୍ୱରରେ (୨୦୨୧ ) ଏବଂ ପୁରୀରେ (୨୦୨୨) ରେ ଉଦଘାଟିତ ହୋଇସାରିଛି। 


ଏହି ପ୍ରକଳ୍ପ କେବଳ ଐତିହ୍ୟସ୍ଥଳୀ ଓ ସଂସ୍କୃତିର ସଂରକ୍ଷଣ , ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହନ ଦେବ ତାହା ନୁହେଁ, ବରଂ ସମ୍ବଲପୁର ପର୍ଯ୍ୟଟନରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିଭାଇବା ସହ ସମ୍ବଲପୁର ପର୍ଯ୍ୟଟନର ମଧ୍ୟ ଗୁରୁତ୍ୱ ବଢ଼ାଇବ । ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ନିଜ ବକ୍ତବ୍ୟରେ ସମ୍ବଲପୁରରେ'' ନିମନ୍ତ୍ରଣ '' ରେଷ୍ଟୁରାଣ୍ଟର ଉଦଘାଟନ ପାଇଁ ମାନ୍ୟଵର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏହି ରେଷ୍ଟୁରାଣ୍ଟଟରେ ସମ୍ବଲପୁରୀ ବ୍ୟଞ୍ଜନ ମଧ୍ୟ ଉପଲବ୍ଧ ହେବ। ରେଷ୍ଟୁରାଣ୍ଟଟି ଅପରାହ୍ନ ୧୨:୩୦ ରୁ ୩:୦୦ ଟା ଏବଂ ସନ୍ଧ୍ୟା ୬:୩୦ ରୁ ରାତି ୧୦:୦୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଳିଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ, ଆଇ.ଏ.ଏସ, ଏସ.ଏମ.ସି କମିଶନର ବେଦ ଭୂଷଣ , ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନୀ ନାୟକ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ଓଏସ୍ ଜିଏମ୍ (OTDC)ଲଲାଟେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।