Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡି଼ଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express)। ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm narendra modi) ଭିଡିଓ କନଫରେସିଂ ଯୋଗେ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର (Bhubaneswar To Vishakapatnam Vande Bharat Express) ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ତେବେ, ଏହା ପୂର୍ବରୁ ଶୁକ୍ରବାର ଦିନ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା।  ସକାଳ ସାଢେ ୫ଟା ରେ ଏହା ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରି ନିର୍ଦ୍ଧାରିତ ସମୟ ଭିତରେ ବିଶାଖାପଟଣାରେ ପହଂଚିଥିଲା । ଏବଂ ନିର୍ଦ୍ଦାରିତ ସମୟ ଭିତରେ ଆସି ଭୁବନେଶ୍ବରରେ ପହଂଚିଥିଲା।   ସୂଚନା ଅନୁସାରେ, ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ସୋମବାର ବ୍ୟତିତ ଅନ୍ୟ ଦିନରେ ଚଳାଚଳ କରିବ।  ଏହି ଟ୍ରେନର ସମୟ ସାରଣୀ ଚୂଡାନ୍ତ ହୋଇ ନ ଥିଲେ ସୁଧା  ଏହା ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍, ବିଶାଖାପାଟଣାରେ ରହଣୀ କରିବ।  ଯାତ୍ରା ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୭୭ କିମି ରହିବ ବୋଲି କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା


ନିକଟରେ ଅର୍ଥାତ୍ ଗତବର୍ଷ ସେପ୍ଟେମ୍ବର ୨୨ରେ ରାଜ୍ୟରେ ଦ୍ବୀତିୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ ନରେନ୍ଦ୍ର ମୋଦି। ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବାରେ ସଫଳ ହୋଇଛି।  ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରୁଛି ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲୁଛି ।


ଟ୍ରେନ୍ ଚଳାଚଳ ସମୟ :


ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ୦୫.୦୦ ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ ୧୨.୪୫ ରେ ରାଉରକେଲାରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ, ୨୦୮୩୫ ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ୧୪.୧୦ ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ ୨୧.୪୦ ଘଣ୍ଟାରେ ପୁରୀରେ ପହଞ୍ଚିବ । ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।


ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ । ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ ୧୧.୫୦ ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ ୧୦.୨୫ ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ । ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ବିଶେଶ୍ୱତଃ ରହିଛି । ଯାତ୍ରୀମାନଙ୍କ ଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି । ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ ।