Odisha News: ବାଲିଘାଟ ମାମଲାରେ ହାଇକୋର୍ଟଙ୍କ ( Odisha High Court)ବଡ଼ ରାୟ । ବାଲିଘାଟରେ (Sand Mining )ମନମୁଖି ଭାବେ ମେସିନ୍ ବ୍ୟବହାର କରି ବାଲି ଉତ୍ତୋଳନ କରିପାରିବେ ନାହିଁ । ଯଦି କୌଣସି ବାଲିଘାଟରେ ମେସିନ୍ ବ୍ୟବହାର ଆବଶ୍ୟକତା ପଡେ ତେବେ, ସେଥିପାଇଁ ପରିବେଶ ଅନୁମତି ବାଧ୍ୟତାମୂଳକ ବୋଲି କହିଛନ୍ତି ହାଇକୋର୍ଟ (Orissa High Court, Cuttack)। ପରିବେଶ ଅନୁମତି ବିନା କୌଣସି ବାଲିଘାଟରେ ମେସିନର ବ୍ୟବହାର ହୋଇପାରିବ ନାହିଁ ବୋଲି ହାଇକୋର୍ଟ  କଟକଣା ଜାରି କରିଛନ୍ତି।  ବେଆଇନ୍ ବାଲିଘାଟ ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଏନେଇ ଚୁଡାନ୍ତ ରାୟ ଦେବା ସହ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୂର୍ବରୁ ଜାରି ରହିତାଦେଶକୁ  ମଧ୍ୟ ଉଠାଇ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ASLO READ : Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ହାଇକୋର୍ଟ ତାଙ୍କ ରାୟରେ ସକାଳ  ୭ଟାରୁ ୯ଟା ପର୍ଯ୍ୟନ୍ତ ବାଲି ପରିବହନ ଉପରେ ସମ୍ପୁର୍ଣ୍ଣ ରୋକ୍ ଲଗାଇଛନ୍ତି।  ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଯାତାୟତକପ ଦୃଷ୍ଟିରେ ରଖି  ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।  କେବଳ ସେତିକି ନୁହେଁ,  ବାଲି ଉଠାଣ ନିୟମ ଉଲଘଂନ କରୁଥିବା ଜଣାପଡିଲେ ଦାୟୀ ଅଧିକାରୀ  ଏବଂ ନିଲାମଧାରୀଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଅଦାଲତ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ଯଦି  ବାଲିଘାଟକୁ ନେଇ କାହାର କୌଣସି ଅଭିଯୋଗ ଥାଏ।  ତାହେଲେ ସେମାନେ ଅଦାଲତଙ୍କ ଦ୍ବାରସ୍ତ  ହୋଇପାରିବେ ବୋଲି  ପ୍ରଶାନ୍ତ କୁମାର ଦାଶଙ୍କ ପକ୍ଷରୁ ଆଗତ ମାମଲାର ରାୟ ପ୍ରକାଶ କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଂଜନ ଷଡଙ୍ଗୀ  ଏମ ଏସ ରମଣଙ୍କପ ନେଇ ଗଠିତ ଖଣ୍ତପିଠ କହିଛନ୍ତି। 


କିଛି ଦିନ ଧରି ବାଲିଘାଟକୁ ନେଇ ହାଇକୋର୍ଟରେ ଶୁଣାଣୀ ଚାଲିଥିଲାଷ  ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଲିଘାଟରୁ ମେସିନ୍ ଯୋଗେ  ବାଲି ଉଠାଣ ଉପରେ ସମ୍ପୁର୍ଣ୍ଣ କଟକଣା ଜାରି କରାଯାଇଥିଲା। ସେହିପରି କଟକରେ ବେଆଇନ୍ ଭାବେ ଚାଲି ଆସୁଥିବା ପ୍ରାୟ ୪୦ଟି ବାଲିଘାଟକୁ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ହାଇକୋର୍ଟରେ ମାମଲା ଚାଲିଥିବା ବେଳେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ।  ଯେଉଁଥିରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ମେସିନ୍ ଜରିଆରେ ବାଲି ଉଠା ଯାଇପାରିବ ବୋଲି ଉଲ୍ଲେଖ ହୋଇଥିଲା।  ହାଇକୋର୍ଟ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ।  ଗତକାଲି ମାମଲାର ଶୁଣାଣୀ ଅବସରରେ ରାଜ୍ୟ ସରକାର ୨୨୦ ପୃଷ୍ଠାର ବିସ୍ତୁତ ସତ୍ୟପାଠ ଦାଖଲ କରିବା ସହ ମେସିନ୍ ବ୍ୟବହାରର ନିୟମ ସମ୍ପର୍କରେ ଉଲ୍ଲେଖ କରିଥିଲେ।  ଏହି ସତ୍ୟପାଠ ଦାଖଲ ପରେ ହାଇକୋର୍ଟ ଆବେଦନକାରୀଙ୍କୁ ବାଲିଘାଟ ଚାଲିବା ସମ୍ପର୍କରେ ପରାମର୍ଶ ଦେବାକୁ କହିଥିଲେ।  ସେହି ଅନୁସାରେ, ଆବେଦନକାରୀଙ୍କ ପକ୍ଷରୁ ୯ଟି ପରାମର୍ଶ ସମ୍ବଳିତ  ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟ ରାଜ୍ୟ ସରକାର ଏବଂ ଆବେଦନକାରୀଙ୍କ ଜବାବ୍ ଆଧାରକୁ ନେଇ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।