Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2098095

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Madhubabunpension Yojana: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ।

3. ⁠cm to inaugurate new building for Iconic Adarsha Vidyalaya : ଆଜି ଭୁବନେଶ୍ବରବାସୀଙ୍କୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଅନ୍ଧାରୁଆ ଠାରେ ଆଇକନିକ୍ ଓଡି଼ଶା ଆଦର୍ଶ ବିଦ୍ୟାଳୟ  ଉଦଘାଟନ କରିବେ ନବୀନ୍। ଅପରାହ୍ନ ୪ଟା ୩୦ରେ ଏହି ଶୁଭ ଉଦଘାଟନର କାର୍ଯ୍ୟକ୍ରମ ରହିଛି। 

3-Odisha high court: ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଥିଲେ। ଏହି ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାର ପଦରୁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବା ପରେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ ।

4-Weather Update: ରାଜ୍ୟରେ କମିଛି ଥଣ୍ତା (cold)ବଢିଛି ଗରମ (heat wave)। ଫେବୃଆରୀ ନା ମାର୍ଚ୍ଚ ମାସ ? ଏବେ ଠାରୁ ଏତେ ଗରମ? ଆଗକୁ ତାହା ହେଲେ ନିଆଁ ବର୍ଷିବ।  ଶୀତର ବେଳ କାଳ ସରିନି। ମାଡି଼ ଆସିଲାଣୀ ଟାଏଁ ଟାଏଁ ଖରା। ପାରଳାଖେମୁଣ୍ତି, ଭବାନୀପାଟଣାରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି।  ଟିଟିଲାଗଡ, ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ବରରେ ତାପମାତ୍ରା  ବି ପ୍ରାୟ ୩୪.୪ ଡିଗ୍ରୀ ରହିଛି। ସ୍ବାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି (Bhubaneswar Meteorological Centre)। 

5-Ajit Pawar group identified as the real NCP by EC: ଶରଦ ପାଓ୍ବାରଙ୍କୁ ବଡ ଝଟକା। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ତଥା ଏନସିପି ଉପରେ ଅଧିକାର ଦାବି କରୁଥିବା ଶରଦ ପାଓ୍ବାରଙ୍କୁ ବଡ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାଓ୍ବାରଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଏନସିପି ବୋଲି କହିଛନ୍ତି। ଏହା ସହ ନିର୍ବାଚନ ଆୟୋଗ ଅଜିତ ପାଓ୍ବାରଙ୍କ ଗୋଷ୍ଟୀଙ୍କୁ ହିଁ ଏନସିପିର ନାମ ଓ ଚିହ୍ନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

6-session of parliament may extended one day: ଆଉ ଗୋଟିଏ ଦିନ ବଢିଲା ସଂସଦର ବଜେଟ୍ ଅଧିବେଶନ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲଲ୍ଲାଦ୍ ଯୋଶୀ ଏନେଇ ସୂଚନା ଦେଇଛନ୍ତି।  ଏହି ଘୋଷଣା ପରେ ଚଳିତ ଅଧିବେଶନ ଶନିବାର ଶେଷ ହେବ ବୋଲି ଜଣାପଡିଛି। 

7-Mass Drug Administration: ବାତଜ୍ବର ନିରାକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ତାରିଖରୁ ଦଶ ଦିନ ବ୍ୟାପୀ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ୭ ଜିଲ୍ଲା ଯଥା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ତି , ନୟାଗଡ଼ ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଜାରି ରହିବ ।

8-Sand Mining: ହାଇକୋର୍ଟରେ ବେଆଇନ ବାଲି ଉଠାଣ ମାମଲା। ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ବଳବତ୍ତର ରହିଛି। ସକାଳ ୭ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ଅଙ୍କୁଶ ଲାଗିଛି। ମେସିନ ଦ୍ଵାରା ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଜରୁରୀ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। 

9-Bharat Jodo Nyay Yatra: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ମଙ୍ଗଳବାର ଠାରୁ ଓଡିଶାରେ ପହଁଞ୍ଚଥିବା ବେଳେ ଆଜି ସକାଳୁ ରାଉରକେଲାରୁ ପୁଣି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ସାଧାରଣ ସଭା କରିବେ । ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

10-Deep Grace Ekka Wedding: ହାତକୁ ଦି ହାତ ହୋଇଛନ୍ତି ହକି ଖେଳାଳୀ ଦୀପଗ୍ରେସ୍ ଏକ୍କା  (Indian former field hockey player Deep Grace Ekka)। । ଜୀବନର ନୂଆ ଇନିଙ୍ଗସ୍ ସେ ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପଗ୍ରେସ୍ ଏକ୍କା।  ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା  ବ୍ଲକର ଲୁଡକିଡିହି ଚର୍ଚ୍ଚରେ ସେ ପୂର୍ବତନ ହକି ଖେଳାଳୀ ଅନୁପ ଲାକ୍ରାଙ୍କୁ ବିବାହ କରିଛନ୍ତି। ଏ-ହି ବିବାହ ଉତ୍ସବରେ ତାଙ୍କ ସାଥୀ ହକି ଖେଳାଳୀ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।