Road Accident: ଭୟଙ୍କର ଦୁର୍ଘଟଣା! ପିକଅପ ଭ୍ୟାନ୍ ଓଲଟି ୨୦ ଗୁରୁତର
Balasore Accident: ବିଲ କାମ କରିବା ନେଇ ପ୍ରାୟ ୪୦ ଜଣ ଶ୍ରମିକଙ୍କୁ ନେଇ ମୟୂରଭଞ୍ଜ ବାର ମାଇଲରୁ କର୍ମଦା ଅଞ୍ଚଳକୁ ଯାଉଥିଲା ଟାଟା ଏସଇ ପିକଅପ ଭ୍ୟାନ୍ । ୬୦ ନଂ ରାଜପଥ ନନ୍ଦିକା ଛକ ନିକଟରେ ପହଁଞ୍ଚିବା ବେଳେ ହଠାତ୍ ଗାଡ଼ିର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
Balasore Accident: ମଙ୍ଗଳବାର ଦିନ ସକାଳୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା (Accident) । ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡ଼ିଛି ପିକଅପ ଭ୍ୟାନ୍ (pickup van) । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବର (Balasore) ଜିଲ୍ଲା ୬୦ ନମ୍ବର ରାଜପଥ ନନ୍ଦିକା ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ସୂଚନା ଅନୁଯାୟୀ, ବିଲ କାମ କରିବା ନେଇ ପ୍ରାୟ ୪୦ ଜଣ ଶ୍ରମିକଙ୍କୁ ନେଇ ମୟୂରଭଞ୍ଜ (mayurbhanj) ଜିଲ୍ଲା ବାର ମାଇଲରୁ କର୍ମଦା ଅଞ୍ଚଳକୁ ଯାଉଥିଲା ଟାଟା ଏସଇ ପିକଅପ ଭ୍ୟାନ୍ । ୬୦ ନଂ ରାଜପଥ ନନ୍ଦିକା ଛକ ନିକଟରେ ପହଁଞ୍ଚିବା ବେଳେ ହଠାତ୍ ଗାଡ଼ିର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୨୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ଜଳେଶ୍ବର ଜିକେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଥାଉ କି, ଗତ ଗୁରୁବାର ଦିନ ସକାଳେ କୋଲକତାରୁ (Kolkata) ପର୍ଯ୍ୟଟକଙ୍କୁ ନେଇ ପୁରୀ (Puri) ଯାଉଥିବା ଏକ ଯାତ୍ରୀବାହୀ ବସଟି ଭଦ୍ରକ (Bhadrak) ଜିଲ୍ଲା ଭଣ୍ତାରିପୋଖରୀ (Bhandaripokhari) ପେଟ୍ରୋଲ ପମ୍ପ ନିକଟରେ ଓଲଟି ପଡ଼ିଥିଲା । ଫଳରେ ବସରେ ଥିବା ଏନେକ ଯାତ୍ରୀ ଆହତ ହୋଇଥିଲେ। ଶିବମ ନାମକ ଏକ ଘରୋଇ ବସ କୋଲକତାରୁ ପୁରୀ ଅଭିମୁଖେ ଯାଉଥିଲା । ସକାଳ ପ୍ରାୟ ୧୦ଟା ବେଳେ ଏହି ଯାତ୍ରାବାହୀ ବସଟି ଛତାବର ପେଟ୍ରୋଲ ପମ୍ପ ନିକଟରେ (chatabar pretrol pump) ଓଲଟି ପଡ଼ିଥିଲା । ଫଳରେ ବସରେ ଥିବା ୭୦ ଜଣ ଯାତ୍ରୀଙ୍କ ମଧ୍ଯରୁ ୨୫ ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ବାରା ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Also Read-Draupadi Murmu: ତିନି ଦିନିଆରେ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ
ସେହିପରି ବୁଧବାର ଦିନ ଯାଜପୁର ରୋଡ଼ କୋରେଇ ଥାନା ଜହ୍ନା ଛକରେ ଭାରସାମ୍ୟ ହରାଇ ଏକ ବସଟି ଦୁର୍ଘଟଣାଗସ୍ତ ହୋଇଥିଲା । (Jajpur Bus Accident)। ଏଥିରେ ପ୍ରାୟ ୪୨ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଶିଶୁ ଓ ୮ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କଟକରୁ କରଞ୍ଜିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବସଟି ଜହ୍ନା ଛକରେ ପହଞ୍ଚିଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡ଼ିଥିଲା । ଖବର ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ଉଦ୍ଧାର ଆହତ ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେପଟେ, ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ଥିବା ଜଣାପଡିଛି । ସେହିପରି ନିକଟରେ ଏଭଳି ଆଉ ଏକ ବସ୍ ଦୁର୍ଘଟଣା ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଘଟିଥିଲା । ଏଥିରେ ୪୦ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା ।
Also Read--Horoscope Today 25 July 2023: ଶୁଭଫଳ ସହ ଅର୍ଥ ଲାଭ ଯୋଗ! ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆଜିର ଦିନ ?