Pm Modi: ଆଜିଠାରୁ ଜନତା ମଇଦାନରେ ୨ ଦିନ ଧରି ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ।  ଏ-ହି ସମ୍ମିଳନୀକୁ  ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସେ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ହୋଇଛି କଡାକଡି ସୁରକ୍ଷା ବ୍ୟବସ୍ଥା। ବ୍ଲୁ ବୁକ୍ ଗାଇଡ୍‌ଲାଇନ୍ ଅନୁସାରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ଭୁବନେଶ୍ବରରେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ୍ ଫୋର୍ସ।  ଏହି କନକ୍ଲେଭରେ ୧୬ ଦେଶର ୭୫୦୦ ପ୍ରତିନିଧି ସାମିଲ ହେବେ । ୫ ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।


COMMERCIAL BREAK
SCROLL TO CONTINUE READING

କେତେବେଳେ ଆସିବେ ମୋଦି?
ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ପୂର୍ବାହ୍ଣ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ  । ପରେ,  ସେ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମୈଦାନରେ ପହଞ୍ଚିବେ । ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ  ରହିବେ। ଏହା ପରେ ‌ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରି ଯିବେ ବୋଲି ସୂଚନା ମିଳିଛି।


ଏହିସବୁ ରାସ୍ତା ଗୁଡିକ ବନ୍ଦ ରହିବ:


ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ସୁରକ୍ଷା ଦୃଷ୍ଟିରୁ କିଛି ରାସ୍ତାକୁ ବନ୍ଦ ମଧ୍ୟ କରାଯାଇଛି। 


1-ଆଜି ସକାଳ ୧୦ଟା ୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ,ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍‌ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ  । 



2-ସେହିପରି ଭାବରେ,  ଦିନ ୧୨ଟା ୨୦ ମିନିଟ୍‌ରୁ ଅପରାହ୍ନ ୧.୫ ପର୍ଯ୍ୟନ୍ତ ନାଲକୋ ଛକ-ଜାଭିୟର ଛକ- ଜୟଦେବ ବିହାର ଛକ-୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍‌ ଛକ- ରାଜଭବବନ ଛକ-ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ ।