Vigilance Raid: ଭିଜିଲାନ୍ସ ଜାଲରେ (Vigilance scanner) ଫସିଲେ ସରକାରୀ ବାବୁ ।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ (charges of accumulating assets disproportionate) ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ (Rayagada DFO under Vigilance scanner) ହୋଇଛି । ରାୟଗଡ଼ାରେ ଥିବା ସରକାରୀ ବାସଭବନ, ରାଣୀଗୁଡ଼ାରେ ଥିବା ଅଫିସ୍ ସମେତ  ସାତୋଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ରାୟଗଡା ଠାରେ ଭିଜିଲାନ୍ସର  ୫ ଜଣିଆ ଟିମ୍ ଚଢାଉ କରିଛନ୍ତି।  ଭିଜିଲାନ୍ସ ଡିଏସପି ସଂନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଛି। ଚଢାଉ ସମୟରେ ଭିଜିଲାନ୍ସ ହାତରେ କୋଟି କୋଟି ଟଙ୍କାର ସମ୍ପତି ଲାଗିଛି । ଏହା ବ୍ୟତିତ ବ୍ୟାଙ୍କ କାଗଜ ପତ୍ର ସହ କେତେ କୋଟି ଟଙ୍କା ଘରେ ଲୁଚାଇ ରଖିଛନ୍ତି ସରକାରୀ ବାବୁ ବିଜୟ ସେନେଇ ଛାନଭିନ୍ ଚଳାଇଛି ଭିଜିଲାନ୍ସ। ଏପରିକି କୁହାଯାଉଛି ଯେ, ଡିଏଫଓଙ୍କର ରାୟଗଡା ଘର ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଘର ମଧ୍ୟ ରହିଛି ।


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Nandankanan: ଏଣିକି ରାତିରେ ନନ୍ଦନକାନନ ବୁଲିବେ ପର୍ଯ୍ୟଟକ


ଏହାବି ପଢନ୍ତୁ : Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!


ତେବେ, ତାଜା ସୂଚନା ମୁତାବକ, ରାୟଗଡା ଭିଜିଲାନ୍ସ ଟିମ୍ , ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ, ରାୟଗଡା ସମେତ କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର  ସାତୋଟି ସ୍ଥାନରେ ରେଡ କରିଛି । ସେହିପରି ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟ ଘରଙ୍କ ଘରେ ମଧ୍ୟ ଛାପା ମାରିଛି। ସେହିପରି ଯାଜପୁରରେ ଥିବା ତାଙ୍କ ପୈତୁକ ବାସଭବନରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।  ତେବେ, ଏପର୍ଯ୍ୟନ୍ତ କେତେ କୋଟିର ସମ୍ପତ୍ତି ଠାବ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।