Nandankanan: ଏଣିତି ରାତିରେ ନନ୍ଦନକାନନ ବୁଲିପାରିବେ ପର୍ଯ୍ୟଟକ । ସଂନ୍ଧ୍ୟା ୫ଟାରୁ ବନ୍ଦ ହେଉଥିବା ନନ୍ଦନକାନନ ରାତିସାରା ଖୋଲା ରହିବ । ଏଣିତି ରାତିରେ ମଧ୍ୟ ଦିନ ଭଳି ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିପାରିବେ ଆଉ ଫଟୋ ବି ଉଠାଇ ପାରିବେ ପର୍ଯ୍ୟଟକ । କେବଳ ସେତିକି ନୁହେଁ, ନନ୍ଦନକାନନ ଚିଡିଆଖାନା ସମ୍ପର୍କିତ ସୋ (show)ମଧ୍ୟ ଦେଖିବେ।
Trending Photos
Nandankanan: ପର୍ଯ୍ୟଟକଙ୍କ(Visiters) ପାଇଁ ଖୁସି ଖବର । ଏଣିତି ରାତିରେ ନନ୍ଦନକାନନ (Nandanakan Zoo) ବୁଲିପାରିବେ ପର୍ଯ୍ୟଟକ । ସଂନ୍ଧ୍ୟା ୫ଟାରୁ ବନ୍ଦ ହେଉଥିବା ନନ୍ଦନକାନନ ରାତିସାରା ଖୋଲା ରହିବ(Nandanakan Zoo likely to allow night visit)। ଏଣିତି ରାତିରେ ମଧ୍ୟ ଦିନ ଭଳି ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିପାରିବେ ଆଉ ଫଟୋ ବି ଉଠାଇ ପାରିବେ ପର୍ଯ୍ୟଟକ । କେବଳ ସେତିକି ନୁହେଁ, ନନ୍ଦନକାନନ ଚିଡିଆଖାନା (Nandanakan Zoo) ସମ୍ପର୍କିତ ସୋ (show)ମଧ୍ୟ ଦେଖିବେ। ଏହାସହ ଜୀବଜନ୍ତୁଙ୍କ ଏନକ୍ଲୋଜର (Animal enclosure) ବୁଲିବା ସହ ଅନ୍ୟନ୍ୟ ବ୍ୟବସ୍ଥା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କରାଯିବ । ଏନେଇ ସେଣ୍ଟ୍ରାଲ ଜୁ ଅଥୋରିଟିକୁ (Central Zoo Authority (CZA))ମାଷ୍ଟର ପ୍ଲାନ୍ ଦେଇଛି ବନ ବିଭାବ(forest dept) । ଯଦି ଏହି ମାଷ୍ଟର ପ୍ଲାନରେ ମୋହର ଲାଗେ । ତେବେ, ପର୍ଯ୍ୟଟକମାନେ ରାତିରେ ନନ୍ଦନକାନନ (Nandankanan Zoological Park) ବୁଲିବାର ମଜା ନେଇପାରିବେ। ଏବଂ ସେଠାରେ ରାତ୍ରି ଯାପନ ମଧ୍ୟ କରିପାରିବେ।
Also Read : Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!
Also Read : Budh Vakri 2023: ଆଜିଠୁ ଖୋଲିଲା ଏହି ୫ ରାଶିର ଭାଗ୍ୟ, ମାଟି ଧରିଲେ ହେବ ସୁନା!
Also Read: IND vs IRE: ବର୍ଷା ଯୋଗୁଁ ବାତିଲ ହେଲା ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଟି-୨୦, ସିରିଜକୁ ୨-୦ ରେ ଜିତିଲା ଭାରତ
ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ (CZA)ନନ୍ଦନକାନନକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଯେଉଁ ମାଷ୍ଟର ପ୍ଲାନରେ ଅନେକ ଗୁଡିଏ ଯୋଜନା ରହିଛି। କେବଳ ସେତିକି ନୁହେଁ, ଦିର୍ଘ ଦିନରୁ ଭାଙ୍ଗି ରୁଜି ପଡିଥିବା ପୁରୁଣା ଏନକ୍ଲୋଜରର ମଧ୍ୟ ଆଧୁନିକୀକରଣ ହେବ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏଠାରେ ଗହଳି ମଧ୍ୟ ବଢିବ। ଏହା ସହ ଦିର୍ଘ ଦିନ ଧରି ବନ୍ଦ ପଡିଥିବା ରୋପଓ୍ବେ ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହେବ।