Kendujhar News: କେନ୍ଦୁଝର (Kendujhar) ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ଛାତ୍ରଛାତ୍ରୀ ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିବାରୁ ୩ ଜଣଙ୍କର (snakebite) ମୃତ୍ୟୁ ଘଟିଛି (Three students die of snakebite)। ମୃତକଙ୍କ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର ରହିଛନ୍ତି। ସେମାନଙ୍କ ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ (one critical) ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । 


COMMERCIAL BREAK
SCROLL TO CONTINUE READING

Also Read: Elina Samantray Birthday: ସଫଳତାର ଶିର୍ଷରେ ଏଲିନା, ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ ଏହି ୮ଟି କିଛି ଖାସ୍ କଥା


Also Read: Bollywood: ସଲମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ବି-ଟାଉନର ଏହି ସବୁ ଅଭିନେତ୍ରୀ


 


ସୂଚନା ଅନୁସାରେ,ଗତକାଲି ରାତିରେ ହଷ୍ଟେଲ ଖାଇବା ପରେ ୬୦ ଜଣ ଛାତ୍ରଛାତ୍ରୀ ମାନେ ଶୋଇଥିଲେ। ତେବେ କୌଣସି କାରଣରୁ ଏକ ବିଷାକ୍ତ ସାପଟି ଘର ଭିତରେ ପଶି ଯାଇଥଲା। ପରେ ଗୋଟିଏ ରୁମରେ ୩୦ ଜଣ ଛାତ୍ର ଶୋଇଥିବା ବେଳେ ଅନ୍ୟ ଏକ ରୁମ ରେ ୩୦ ଜଣ ଛାତ୍ରୀ ତଳେ ଶୋଇଥିଲେ । ତେବେ ବିଷାକ୍ତ ସାପଟି ହଷ୍ଟେଲରେ ଥିବା ରୁମ୍ ଭିତରେ ପଶି ଯାଇ ୪ ଜଣଛାତ୍ରଛାତ୍ରୀଙ୍କୁ କାମୁଡି ଥିଲା। ଏ ଘଟଣା ଜାଣିବା ପରେ ସାପ କାମୁଡି ଥିବା ଛାତ୍ରଛାତ୍ରୀ ଙ୍କୁ ତୁରନ୍ତ ଆମ୍ବୁଲାନ୍ସ ରେ କେନ୍ଦୁଝର ମୁଖ୍ୟ ଡାକ୍ତର ଖାନା କରେ ଭର୍ତି କରାଯାଇଥିଲା। ତେବେ ମେଡ଼ିକାଲରେ ପହଁଚିବା ବେଳକୁ ଦୁଇ ଜଣଙ୍କ ମୃତୁ ହୋଇଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟଜଣଙ୍କର ମୃତୁ ଘଟି ଥିଲା। ଆଉ ଜଣେ ଗୁରୁତର ଛାତ୍ର କୁ କଟକ ସ୍ଥାନାନ୍ତରିତ କରାଯାଇଛି। 


Also Read: Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ!


Also Read: Horoscope Today 23 July 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?


ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କେନ୍ଦୁଝର ଜିଲ୍ଲାରେ ଅନେକ ଜଙ୍ଗଲ ଥିବାରୁ ଏଠାରେ ଅନେକ ପ୍ରଜାତି ର ବିଷାକ୍ତ ସାପ ରହି ଥାନ୍ତି। ଅନ୍ୟ ପକ୍ଷରେ ଅନେକ ଏଭଳି ବେସରକାରୀ କୋଚିଂ ସେଣ୍ଟର ଚାଲୁଥିବା ବେଳେ ଅନେକ ସ୍ଥାନରେ ଏଭଳି ପରିବେଶରେ ଛାତ୍ରଛାତ୍ରୀ ରହୁଛନ୍ତି। ବେଶେଷ ତଳେ ଶୋଉଛନ୍ତି। ଅନ୍ୟ ପକ୍ଷରେ ହଷ୍ଟେଲ ରେ ରାତି ଦାଇତ୍ୱ ଥିବା କର୍ମଚାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବା କଥା ହେଲେ ସେମାନେ ବି ଏସବୁ ଦାଇତ୍ୱ ରେ ହେଳା କରୁଛନ୍ତି। ଅନ୍ୟପକ୍ଷରେ ଏଭଳି କେନ୍ଦୁଝର ଜିଲ୍ଲାରେ ଅନେକ କୋଚିଂ ସେଣ୍ଟର ଚାଲୁଥିବା ବେଳେ ଏ ସବୁ କୋଚିଂ ସେଣ୍ଟର ରେ ପିଲା ମାବେ ରହିବା ପାଇଁ ଠିକ ପରିବେଶ ଅଛିକି ନାହିଁ ଦେଖିବା କଥା । ଯଦି ପିଲାଙ୍କ ରହିବା ଓ ଶୋଇବାର ବ୍ୟବସ୍ଥା ଠିକ୍ ଥାଆନ୍ତା । ତେବେ, ଏଭଳି ଘଟଣା ଆଜି ଦେଖିବାକୁ ମିଳି ନ ଥାନ୍ତା। ପ୍ରକାଶଥାଉକି ୨ ଦିନ ତଳେ କେନ୍ଦୁଝର ଠାରେ ଏକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଥିଲେ ।