Tirtol MLA Bijay Shankar Das: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)। ବିଧାୟରଙ୍କ ପାଇଁ ବଢିଲା ଅଡୁଆ। କାହିଁକିନା ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ କଟକ ସବରେଜିଷ୍ଟ୍ରାର ଅଫିସରେ ( Cuttack Sub Registrar) ପହଞ୍ଚିଛନ୍ତି । ବିଧାୟକଙ୍କ ବିବାହକୁ ବିରୋଧ କରି ସେ କଟକ ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଗତ ୨୧ ତାରିଖରେ ତିର୍ତ୍ତୋଲ ବିଧାୟକ ନିଜ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ।  ଏହାକୁ ବିରୋଧ କରି ସୋମାଲିକା ଆଜି କଟକ ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ାଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: Bijay Shankar Das: ହାତକୁ ଦି ହାତ ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ?


ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଓ  ପୂର୍ବତନ ପ୍ରେମିକା ସୋମାଲିକାଙ୍କ ( ex girl friend Somalika Das) ମଧ୍ୟରେ ଦିର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ବିବାହ କରିବା ପାଇଁ ସୋମାଲିକାଙ୍କୁ କଥା ଦେଇଥିଲେ ବିଧାୟକ। କିନ୍ତୁ ପରେ ସୋମାଲିକାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ ବିଧାୟକ। ଏନେଇ  ସୋମାଲିକା ଥାନାର ଦ୍ବାରସ୍ତ ହୋଇଥିଲେ। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାସ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଥିଲେ।  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକ ଗତ ୨୧ ତାରିଖରେ ବ୍ୟକ୍ତିଗତ ଭାବରେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଥିଲେ । ଯାହାକୁ ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ତିବ୍ର ବିରୋଧ କରିଛନ୍ତି। ଏବଂ ସେ କହିଛନ୍ତି , ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ।