Bijay Shankar Das: ହାତକୁ ଦି ହାତ ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ?
Advertisement
Article Detail0/zeeodisha/odisha1901092

Bijay Shankar Das: ହାତକୁ ଦି ହାତ ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ?

MLA Bijay Shankar Das: ଗତ କିଛି ଦିନର ବ୍ୟବଧାନ ପରେ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)। ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କୁ (Somalika Das) ନୁହେଁ, ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ। ସୋମାଲିକାଙ୍କ ସହ ବିବାଦ ନ ଛିଡିଣୁ ବିଧାୟକ ଆଉ ଜଣଙ୍କୁ ଜୀବନ ସାଥୀ କରିବା ପାଇଁ ନିସ୍ପତି ନେଇଛନ୍ତି । 

ସୌଜନ୍ୟ- ସୋସିଆଲ ମିଡି଼ଆ

MLA Bijay Shankar Das: ଗତ କିଛି ଦିନର ବ୍ୟବଧାନ ପରେ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)। ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କୁ (Somalika Das) ନୁହେଁ, ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ। ସୋମାଲିକାଙ୍କ ସହ ବିବାଦ ନ ଛିଡିଣୁ ବିଧାୟକ ଆଉ ଜଣଙ୍କୁ ଜୀବନ ସାଥୀ କରିବା ପାଇଁ ନିସ୍ପତି ନେଇଛନ୍ତି । ତେବେ, ଏଠାରେ ପ୍ରଶ୍ନ ଉଠୁଛି ସେହି ଯୁବତୀ ଜଣକ କିଏ ? ଯାହାକୁ ମନ ଦେଇ ବସିଛନ୍ତି ବିଧାୟକ ବାବୁ । ଆଉ ତାଙ୍କୁ ନିଜ ଜୀବନ ସାଥୀ କରିବା ପାଇଁ ଭାବିଛନ୍ତି । ଆଉ ସେହି ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ସୋମାଲିକାଙ୍କ ପରେ ପରେ ଯେଉଁ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେହି ଯୁବତୀଙ୍କ ହାତ ଧରିବେ ବିଜୟ ଶଙ୍କର ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ( Cuttack Sub Registrar) ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ କରାଯାଇ ନାହିଁ। 

Also Read: Odisha News: ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଦଶହରା ଭେଟି, ବଢାଇଲେ ଏତିକି ଟଙ୍କା ମଜୁରୀ

Also Read: Anubhav Mohanty: ସୋସିଆଲ ମିଡିଆରେ ଅନୁଭବ ସେୟାର କଲେ ଏଭଳି ଫଟୋ, ଲେଖିଲେ...

ସୂଚନା ଅନୁସାରେ,  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das) ଓ ସୋମାଲିକାଙ୍କ( ex girl friend Somalika Das) ମଧ୍ୟରେ ଦିର୍ଘ ଦିନ ହେବ ପ୍ରେମ  ସମ୍ପର୍କ ଗଢି ଉଠିଥିଲା। ବିବାହ କରିବା ପାଇଁ ସୋମାଲିକାଙ୍କୁ କଥା ଦେଇଥିଲେ ବିଧାୟକ ହେଲେ ବିବାହ ସମୟ ଆସିବାରୁ ସୋମାଲିକାଙ୍କୁ ବିବାହ କରିବା ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ ବିଧାୟକ । ଏନେଇ  ସୋମାଲିକା ଥାନାର ଦ୍ବାରସ୍ତ ହୋଇଥିଲେ। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାସ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଥିଲେ।

 

ଯାହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଜିଲ୍ଲା ବିଜେପି ପକ୍ଷରୁ (District BJP) ବିଧାୟକ ବିଜୟ ଶଙ୍କରକୁ  ଗିରଫ କରିବା ପାଇଁ ଦାବି ଜୋରଧରିଥିଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମାମଲାରେ ଏବେ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକଙ୍କ ବିବାହ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ପରିପେକ୍ଷୀରେ ବିଧାୟକ ବିବାହ କରିବାକୁ ଯାଉଥିବା ପ୍ରେମିକାଙ୍କ ବିଷୟରେ ଅନେକ ଥର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ପୂର୍ବତନ ସୋମାଲିକା ଦାସ।