Ganjam News: ଦୋକାନରେ ବସି ଚା`ପିଉଥିଲେ ଦୁଇ ଭାଇ, ଇନୋଭାରେ ଆସି ଉଠାଇ ନେଲେ ଦୁବୃର୍ତ୍ତ, ଆଉ ତା`ପରେ...
Ganjam News: ଦୋକାନରେ ବସିଥିବା ସମୟରେ ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁବୃର୍ତ୍ତ(Two Brothers Kidnapped by Miscreants) । ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂରରେ ପୁଇଁତୋଳା ଛକ ଠାରେ ଜାତୀୟ ରାଜପଥ ୧୬ ପାଶ୍ବରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଭାଇ ଏକ ଦୋକାନରେ ବସିଥିବା ସମୟରେ ଉଭୟଙ୍କୁ ଅପହରଣ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
Ganjam News: ପୋଲିସକୁ (Police) ଦୁବୃର୍ତ୍ତଙ୍କ ଖୋଲା ଚ୍ୟାଲେଞ୍ଚ । ଦୋକାନରେ ବସିଥିବା ସମୟରେ ବନ୍ଧୁକ (gun point) ଦେଖାଇ ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁବୃର୍ତ୍ତ(Two Brothers Kidnapped by Miscreants) । ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂରରେ ପୁଇଁତୋଳା ଛକ ଠାରେ ଜାତୀୟ ରାଜପଥ ୧୬ ପାଶ୍ବରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଭାଇ ଏକ ଦୋକାନରେ ବସିଥିବା ସମୟରେ ଉଭୟଙ୍କୁ ଅପହରଣ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ଅପହରଣ ହୋଇଥିବା ଦୁଇ ଭାଇ ହେଲେ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁ।
Also Read: Mangal Gochar 2023: ସିଂହ ରାଶିରେ ମଙ୍ଗଳଙ୍କ ଚଳନ, ଧନବାନ୍ ହେବେ ଏହି ଚାରି ରାଶି!
ସୂଚନା ଅନୁସାରେ, ଗଞ୍ଜାମ ଥାନା ଅଧିନସ୍ତ ପୁଇଁତୋଳା ଛକ ନିକଟରେ ଥିବା ଚା-ପାନ ଦୋକାନରେ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁ ବସି ଚା ପିଉଥିଲେ। ଏହି ସମୟରେ ହଠାତ୍ କିଛି ଦୁର୍ବୁତ୍ତ ମଉଜର ଦେଖାଇ ଉଭୟଙ୍କୁ ଉଠାଇ ନେଇ ଯାଇଛନ୍ତି। ଗୋଟିଏ ଇନୋଭା ଏବଂ ଆଉ ଗୋଟିଏ କାରରେ ପ୍ରାୟ ଚାରି ଜଣ ଯୁବକ ଦୋକାନ ପାଖରେ ପହଞ୍ଚି ଦୁଇଭାଇଙ୍କୁ ପିସ୍ତଲ ଦେଖାଇ କେହି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ ଅପହରଣ କରି ଛତ୍ରପୁର ପଟେ ଚମ୍ପଟ ମାରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ କୃଷ୍ଣଙ୍କ ଘରକୁ ଖବର ଦେଇଥିଲେ। ପରେ ତାଙ୍କ ପରିବାର ଲୋକେ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ପରେ ଏନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ଅନ୍ୟପଟେ ଏହାକୁ ବିରୋଧ କରି ଅନ୍ୟ ଦୋକାନୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରବଳ ହୋ ହାଲ୍ଲା କରିଥିଲେ। ତେବେ, ଅପହରଣର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ କିଏ ଏହି ଅପହଣ କରିଛି ତାହା ଜଣାପଡି ନାହିଁ।
ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗାଁରେ। ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ କୋମନା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଗାଁର ପ୍ରେମାନନ୍ଦ ତାଣ୍ଡି (୩୨ବର୍ଷ) ଘରେ ଏକୁଟିଆ ଶୋଇଥିଲେ । ରାତି ୧ଟାରେ ଏକ ଚାରିଚକିଆ ଗାଡ଼ିରେ ଚାରି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଉଠାଇ ନେଇଥିଲେ । ସେମାନେ ନିଜକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ୍ କହି ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରାଇବା ସହ ସେଠାରୁ ପ୍ରେମାନନ୍ଦଙ୍କୁ ନେଇ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ଲଠୋର ଓ ତୁରେଇକେଲା ମଧ୍ୟସ୍ଥ ଗଏନ୍ଦିମାଲ ନିକଟ ଜଙ୍ଗଲ ଭିତରେ ତାଙ୍କୁ ଓହ୍ଲାଇ ୭ଲକ୍ଷ ଟଙ୍କା ଦାବି କରିଥିଲେ । ନଚେତ ଜୀବନରେ ମାରି ଦେବାକୁ ମୁଣ୍ଡରେ ପିସ୍ତଲ ଲଗାଇ ଫୋନ୍ କରି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ସେହି ରାତିରେ ପ୍ରେମାନନ୍ଦଙ୍କ ଜୀବନ ବଞ୍ଚାଇବା ପାଇଁ ୧ ଲକ୍ଷ ୭୮ହଜାର ୫୦୦ ଟଙ୍କା ଯୋଗାଡ଼ କରିଥିଲେ । ଏଥିରେ ଦୁର୍ବୃତ୍ତମାନେ ରାଜି ହୋଇ ନଥିଲେ । ଶେଷରେ ପରିବାର ଲୋକ ସମ୍ପର୍କୀୟ ଜଣେ ଯୁବତୀଙ୍କ ବିବାହ ପାଇଁ ରଖାଯାଇଥିବା ସୁନାଗହଣାକୁ ଧରି ଜଙ୍ଗଲକୁ ଯାଇଥିଲେ । ଦୁର୍ବୃତ୍ତଙ୍କୁ ପରିବାର ଲୋକେ ନଗଦ ୧.୭୮ ଲକ୍ଷ ସହ ଦେଢ଼ ଭରି ସୁନାଗହଣା ଦେଇଥିଲେ । ଏଥିରେ ମଧ୍ୟ ଦୁର୍ବୃତ୍ତମାନେ ରାଜି ହୋଇନଥିବାରୁ ପୁଣି ଏକ ନମ୍ବରରେ ଅନ୍ଲାଇନ୍ ଯୋଗେ ୧୫ ହଜାର ଟଙ୍କା ପଠାଇ ଥିଲେ । ସୁନାଗହଣାକୁ ମିଶାଇ ୩ ଲକ୍ଷ ଟଙ୍କା ଦେବା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଛାଡ଼ି ଦେଇଥିଲେ । ପ୍ରେମାନନ୍ଦ ଏନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ।