(ପାରାଦୀପ, ନାରାୟଣ ବେହେରା) Odisha News: ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ (Paradip Port Public Health Officer Dr Rajendra Narayan Panigrahi)ସିବିଆଇ ଗିରଫ ( CBI Arrest)କରିବା ପରେ ଏବେ ତାଙ୍କର କାରନାମାକୁ ନେଇ ସବୁଠି ଚର୍ଚ୍ଚା। ଡାକ୍ତର ପାଣିଗ୍ରାହୀଙ୍କର ଏକାନ୍ତ ସହଯୋଗୀ କୁହାଯାଉଥିବା ସନ୍ତୋଷ ସାହୁ ଏହି କାରବାରରେ କାର୍ପଟଦାର ସାଜିଥିବା ବେଳେ ସେ ବି ଏଥିରେ ଫସିବାକୁ ନେଇ ଚିନ୍ତାରେ ପଡିଛନ୍ତି। ସିବିଆଇ ଚଢ଼ଉ ଦିନ ସେ ପୁରୀ ଯାଇଥିବାରୁ ବର୍ତ୍ତି ଯାଇଥିବା କୁହାଯାଉଛି। ତାଙ୍କ ବିରୋଧରେ ଖୋଲାଖୋଲି ଭାବେ କିଛି ସିପିଂ କମ୍ପାନୀର ଏଜେଣ୍ଟ ଓ ପୂର୍ବତନ କର୍ମଚାରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Urvashi Rautela: କିଏ ଚୋରି କଲା ଉର୍ବଶୀଙ୍କ iPhone, ସାମ୍ନାକୁ ଆସିଲା ଏହି କ୍ରିକେଟରଙ୍କ ନାଁ!


କେଉଁ ସିପିଂ କମ୍ପାନୀ କେତେ ଟଙ୍କା ଦେବ ଓ କେଉଁ ଜାହାଜର କ୍ୟାପଟେନ୍ ବିଦେଶୀ ସାମଗ୍ରୀ ଦେବେ। ଉକ୍ତ ଯୁବକ ହିଁ ସବୁ ଡିଲ୍ କରନ୍ତି। ବର୍ତ୍ତମାନ ଏହି ଯୁବକଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବ କି ନାହିଁ? ଏହା ଉପରେ ସମସ୍ତଙ୍କ ନଜର। ବର୍ତ୍ତମାନ ଏକ ଅଡିଓ ଓ ଭିଡିଓ ଭାଇରାଲ ସମସ୍ତ ତଥ୍ୟ ଖୋଲି ଦେଇଛି। ଡାକ୍ତର ପାଣିଗ୍ରାହୀ ମୋବାଇଲ୍‌ରେ କଥା ହୋଇଥିବାର ଏକ ଅଡିଓ ଭାଇରାଲ୍ ଏବେ ହୋଇଛି। ଏଥିରେ ସେ ଜାହାଜର କ୍ୟାପଟେନ୍ କେଉଁ ଦେଶର ବୋଲି ପଚାରୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ସିଗାରେଟ୍ ଓ ମଦ ଅଛି କି ନାହିଁ ବୋଲି ପଚାରୁଛନ୍ତି। ସେପଟୁ କଥା ହେଉଥିବା ସିପିଂ କମ୍ପାନୀର ଏଜେଣ୍ଟ କହୁଛନ୍ତି ଯେ, ଉକ୍ତ ବ୍ରାଣ୍ଡ୍ ସିଗାରେଟ୍ ନାହିଁ ମାତ୍ର ସେମାନେ ଟଙ୍କା ଦେବେ ବୋଲି କହୁଛନ୍ତି। ଏଥିରେ ଡାକ୍ତର ପାଣିଗ୍ରାହୀ ରାଜି ହୋଇଯାଉଥିବା ଶୁଣିବାକୁ ମିଳୁଛି। 


କେବଳ ସେତିକି ନୁହେଁ, ତାଙ୍କର ସହଯୋଗୀ ସନ୍ତୋଷ ଜାହାଜରୁ ଆଣୁଥିବା ବିଦେଶୀ ସିଗାରେଟ୍ ଓ ଅନ୍ୟାନ୍ୟ ସାମଗ୍ରୀର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଏଣୁ ଡାକ୍ତର ପାଣିଗ୍ରାହୀଙ୍କ ଦ୍ବାରା ପରିଚାଳିତ ବନ୍ଦର ସ୍ବାସ୍ଥ୍ୟ ସଂଗଠନରେ କେଉଁ ଧରଣର ଦୁର୍ନୀତି ଚାଲିଥିଲା, ତାହା ଏବେ ପ୍ରମାଣିତ ହୋଇଛି। ବର୍ତ୍ତମାନ ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରାଯିବା ପରେ କିଛି ସିପିଂ ଏଜେଣ୍ଟ୍ କର୍ମଚାରୀ ମୁହଁ ଖୋଲିଛନ୍ତି। ଏକ ସିଫି ଏଜେଣ୍ଟର କର୍ମଚାରୀ ସୌଭାଗ୍ୟ ମାଝୀ ଅଭିଯୋଗ କରିଛନ୍ତି ଯେ, ସେ ପାରାଦୀପ ବନ୍ଦରକୁ କାର୍ଯ୍ୟ କରିବାକୁ ଆସିଥିବା ବେଳେ ଡାକ୍ତର ପାଣିଗ୍ରାହୀ ତାଙ୍କୁ ବହୁତ ହଇରାଣ କରିଛନ୍ତି। ସମସ୍ତ ଦସ୍ତାବିଜ୍ ଥିବା ସତ୍ତ୍ବେ ତାଙ୍କୁ ବାରମ୍ବାର ଅଫିସକୁ ଦୌଡ଼ାଇ ଥିଲେ। ଶେଷରେ ତାଙ୍କୁ କୁହାଗଲା ଯେ, ସବୁ ସିପିଂ କମ୍ପାନୀ ଲାଞ୍ଚ ଦେଉଛନ୍ତି । ଯେହେତୁ ତାଙ୍କ କମ୍ପାନୀରୁ କିଛି ଆସି ନାହିଁ, ସେଥିପାଇଁ ଏମିତି ଦୌଡ଼ିବାକୁ ପଡୁଛି। 


ଆଉ ଜଣେ ସିପିଂ କମ୍ପାନୀ ଏଜେଣ୍ଟ୍ ମନୋରଂଜନ ସାହୁ କୁହନ୍ତି ଯେ, ଜାହାଜରେ ଥିବା କର୍ମଚାରୀଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ଯିବା ସମୟରେ ଜାଣିଶୁଣି ସେ କ୍ୟାପଟେନ୍‌ଙ୍କୁ ବିଭିନ୍ନ କାଗଜପତ୍ର ମାଗନ୍ତି। ଶେଷରେ ବିରକ୍ତି ହୋଇ ଜାହାଜର କ୍ୟାପଟେନ୍ ତାଙ୍କୁ ବିଭିନ୍ନ ଉପହାର ଓ ଟଙ୍କା ଦିଅନ୍ତି। ଡାକ୍ତର ପାଣିଗ୍ରାହୀ ଓ ତାଙ୍କର ସହଯୋଗୀ ବ୍ୟବହାର କରୁଥିବା ମୋବାଇଲ୍ ରେକର୍ଡ ଯାଞ୍ଚ କଲେ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ। ଏପରିକି ଡାକ୍ତର ପାଣିଗ୍ରାହୀ ତାଙ୍କର ସମ୍ପର୍କୀୟ ମାନଙ୍କୁ ଆଣି ଏହି (PHO) କାର୍ଯ୍ୟାଳୟରେ ଚାକିରୀରେ ରଖାଇଛନ୍ତି।