Weather Update: ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ଜାରି , ଏହି ଦିନ ଠାରୁ ବଢିବ ଶୀତ
Weather Update: ବଦଳୁଛି ପାଗ। ପଶ୍ଚିମା-ଝଡ ଏବଂ ପୂର୍ବାଳୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା (rain) ଲାଗି ରହିଛି । ପାରାଦ୍ୱୀପ ରାଡ଼ାରରୁ ମିଳୁଥିବା ସୂଚନା ଅନୁଯାୟୀ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ଲାଗି ରହିଛି। ଆସନ୍ତାକାଲି ଯାଏଁ (Weather Update) ରାଜ୍ୟରେ ଏଭଳି ପାଗ ରହିବ।
Weather Update: ବଦଳୁଛି ପାଗ। ପଶ୍ଚିମା-ଝଡ ଏବଂ ପୂର୍ବାଳୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା (rain) ଲାଗି ରହିଛି । ପାରାଦ୍ୱୀପ ରାଡ଼ାରରୁ ମିଳୁଥିବା ସୂଚନା ଅନୁଯାୟୀ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ଲାଗି ରହିଛି। ଆସନ୍ତାକାଲି ଯାଏଁ (Weather Update) ରାଜ୍ୟରେ ଏଭଳି ପାଗ ରହିବ। ଏବଂ ମଙ୍ଗଳବାର ଠାରୁ ରାଜ୍ୟରେ ରାତିର ତାପମାତ୍ରା କମିବା ସହ ଥଣ୍ତାର(cold) ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ଧନତେରାସ୍ ଓ ଦୀପାବଳୀ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Centre) ।
Also Read: Puri News: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, କିଛି ଜିଲ୍ଲାରେ ହାଲକା ବର୍ଷା ଲାଗି ରହିଥିବା ନେଇ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଏ-ଯାଏ ଆଦୌ ବର୍ଷାର ଦେଖାନାହିଁ । କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଳା ଯେପରିକି ରାୟଗଡା, କୋରାପୁଟ ସମେତ କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି ,ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ହାଲକା ବର୍ଷା ହୋଇଛି । କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ଯାଜପୁର, ଜଗତସିଂପୁର, ପୁରୀ, କଟକ, କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ସମେତ ଆଉ କିଛି ଜିଲ୍ଲାରେ ଆଦୌ ବର୍ଷା ହୋ ଇ ନାହିଁ । ପରେ ଆସନ୍ତା ୭ ତାରିଖରୁ ରାଜ୍ୟରେ ରାତିର ପାରଦ ଖସିବ ବୋଲି ଅନୁମାନ କରିଛି ବିଭାଗ। ଫଳରେ ଧିରେ ଧିରେ ତାପମାତ୍ରା ଖସିବା ସହ ଥଣ୍ତା ବଢିବ ବୋଲି ଜଣାପଡିଛି।