Puri News: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର
Advertisement
Article Detail0/zeeodisha/odisha1943664

Puri News: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର

Puri News: ଆଜି (ଶନିବାର) ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ (shree mandir management committee meeting)। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ (Puri Gajapati Maharaja Dibyasingha Deb ) ଅଧ୍ୟକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସୁଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନଓ୍ବାର ବିଶାଳ ସିଂ, ପରିଚାଳନା କମିଟି ବୈଠକର ସଦସ୍ୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। 

Puri News: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର

Puri News: ଆଜି (ଶନିବାର) ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ (shree mandir management committee meeting)।  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ (Puri Gajapati Maharaja Dibyasingha Deb )  ଅଧ୍ୟକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସୁଛି। ଏହି ବୈଠକରେ  ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନଓ୍ବାର ବିଶାଳ ସିଂ, ପରିଚାଳନା କମିଟି ବୈଠକର ସଦସ୍ୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ହେବାକୁ ଥିବା ବେଳେ  ଆଜି ଏହି ବୈଠକରେ ମୋହର ବାଜିବ। 

ଏହାବି ପଢନ୍ତୁ : Shani Dev: ଆଜିଠୁ ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ

ଗତକାଲି (ଶୁକ୍ରବାର) ଗଜପତି ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ଗ୍ରାଉଣ୍ଡ ଜିରୋରେ ଶ୍ରୀସେତୁ, ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ। ପରେ ସଂନ୍ଧ୍ୟାରେ ଶ୍ରୀନହରରେ ନୀତି ସବ କମିଟି ବୈଠକ ବସିଥିଲା।ଜାନୁଆରୀ ୧୭ ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଭବ୍ୟ ସମାରୋହରେ ପୂର୍ଣ୍ଣାହୂତି ଦେବେ। ତେଣୁ ଜାନୁଆରୀ ୧୨ ତାରିଖରୁ ଏନେଇ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହେବେ।  ସମସ୍ତ ମଠର ମଠାଧିସ, ମୁକ୍ତି ମଣ୍ତପ ବ୍ରାହ୍ମଣ, ଶ୍ରୋତ୍ରୀୟ ବ୍ରାହ୍ମଣ ଉପସ୍ଥିତ ରହିବେ। 

୧୫ ତାରିଖ ସକାଳ ୭ଟା ୩୦ରେ ପ୍ରଦୀପ ପ୍ରଜ୍ଜଳନ କରାଯାଇ ନୃସିଂହ ମନ୍ତ୍ରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ ବୋଲି ଗତକାଲି ସବ-କମିଟି ବୈଠକରେ ଆଲୋଚନା ହୋଇଥିଲା।  ସେପଟେ ଗଜପତି ମହାରାଜଙ୍କ ବ୍ଯତିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଡିସେମ୍ବର ୧୫ ସୁଦ୍ଧା କାମ ସାରିବାକୁ ପୂର୍ବରୁ ସମୀକ୍ଷା କରି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ନୂଆବର୍ଷରେ ଭକ୍ତଙ୍କୁ ନୂଆ ଅନୁଭୂତି ଦେବ ଯାତ୍ରୀ ପରିକ୍ରମା ମାର୍ଗ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀମନ୍ଦିର କରିଡ଼ର ପ୍ରତିଷ୍ଠା କାମ ସାରିବାକୁ ପ୍ରଶାସନ ଚ୍ୟାଲେଞ୍ଜ ଭାବେ ନେଇଛି ।