Odisha News: ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ନିମାପଡ଼ା OSWC ଗୋଡାଉନ ସୁପରିଟେଣ୍ଡେଣ୍ଟ (Odisha Warehousing Corporation Godown officer) ଦେବୀ ପ୍ରସାଦ ମହାନ୍ତିଙ୍କୁ ମାଡି ବସିଲା ଭିଜିଲାନ୍ସ (Vigilance) । ପୁରୀ ନିମାପଡାରୁ ଆଜି ଏହି ଘଟଣା ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଓଡିଶା ୱେର ହାଉସିଙ୍ଗ କର୍ପୋରେସନର ଗୋଡାଉନ ସୁପରିଟେଣ୍ଡେଣ୍ଟ (Warehousing Corporation Godown officer) ଭାବେ କାର୍ଯ୍ୟ କରୁଥିବା ଦେବୀପ୍ରସାଦ ମହାନ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ (Vigilance) । ଏହି ଟଙ୍କା ତାଙ୍କ ନିକଟରୁ କେଉଁଠାରୁ ଆସିଲା ସେନେଇ ଉତ୍ତର ଦେଇନପାରିବାରୁ ଦେବୀପ୍ରସାଦକୁ ବାନ୍ଧିଛି ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀମାନେ ନିମାପଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିବାବେଳେ ସେଠାରେ ଦେବୀପ୍ରସାଦଙ୍କୁ ଗିରଫ କରିଛନ୍ତି । ଏହାସହ ତାଙ୍କ ରାଜଧାନୀସ୍ଥିତ ୱେର ହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇ ସେଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ନିକଟରୁ ୫୯ ହଜାର ଟଙ୍କା ଜବତ କରାଯାଇଛି  । ବର୍ତ୍ତମାନ ସୁଦ୍ଧା ଦେବୀପ୍ରସାଦଙ୍କଠାରୁ ମୋଟ ୪ ଲକ୍ଷ ୫୩ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି  । ଅନ୍ୟପଟେ ତାଙ୍କ ଘର ସମେତ କାର୍ଯ୍ୟାଳୟରେ ମଧ୍ଯ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି ।


Also Read-Manmath Routray: ପୁଅ ମନ୍ମଥଙ୍କ ନିଲମ୍ବନ ପରେ କଣ କହିଲେ ସୁର ରାଉତରାୟ ?


Also Read: Road Accident: ଅଧାରହିଗଲା ମାନସିକ, ଦିଅଁଙ୍କୁ ଦେଖିବା ପୂର୍ବରୁ ଡକାଡକି ହୋଇ ଚାଲିଗଲେ ୪ଜଣ