Road Accident: ଅଧାରହିଗଲା ମାନସିକ, ଦିଅଁଙ୍କୁ ଦେଖିବା ପୂର୍ବରୁ ଡକାଡକି ହୋଇ ଚାଲିଗଲେ ୪ଜଣ
Advertisement
Article Detail0/zeeodisha/odisha1861225

Road Accident: ଅଧାରହିଗଲା ମାନସିକ, ଦିଅଁଙ୍କୁ ଦେଖିବା ପୂର୍ବରୁ ଡକାଡକି ହୋଇ ଚାଲିଗଲେ ୪ଜଣ

Road Accident: ଅଧା ରହିଲା ଦିଅଁ ଦର୍ଶନ। ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ବେଳେ ଘଟିଗଲା  ଭୟଙ୍କର ସଡ଼କ ଦୁର୍ଘଟଣା। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର (Four killed) ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ (3 injured )ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି।  ତେବେ, ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଅଧା ରହିଲା ଦିଅଁ ଦର୍ଶନ। ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ବେଳେ ଘଟିଗଲା  ଭୟଙ୍କର ସଡ଼କ ଦୁର୍ଘଟଣା। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର (Four killed) ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ (3 injured )ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି।  ତେବେ, ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read :  Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ସୂଚନା ଅନୁସାରେ, ବିହାରର ଏକ ପରିବାର ଝାଡ଼ଖଣ୍ତ (road accident in Jharkhand) ରାମଗଡ଼ ଅଞ୍ଚଳରେ ଥିବା ରାଜରାପ୍ପା ମନ୍ଦିରକୁ (Rajrappa temple in Ramgarh) ମାନସିକ  ଥିବାରୁ ଦର୍ଶନ ପାଇଁ ଶୁକ୍ରବାର ସକାଳେ ଆସିଥିଲେ। ଗୋଟିଏ କାରରେ ପରିବାରର ୭ ସଦସ୍ୟ ବିହାରରୁ ରାମଗଡ଼ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ଦୁଭାଗ୍ୟବସତଃ  ତାଙ୍କ କାରକୁ ଏକ ଟ୍ରକ୍ ସାଇଟ୍ ମାରି ଚାଲିଯିବାରୁ କାରଟି ଭାରସାମ୍ୟ ହରାଇ ( Chrahi) ଚରାଇ ଥାନା ଅଞ୍ଚଳରେ ଓଲଟି ପଡି଼ଥିଲା। ଫଳରେ ଗାଡି଼ରେ ଥିବା ୭ଜଣଙ୍କ ମଧ୍ୟରୁ ୪ (Four killed in road accident ) ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡି଼କାଲରେ ଭର୍ତ୍ତି କରିଥିଲା। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାରା ରହିଛି । ପୋଲିସ୍ ଘଟଣାର ଛାନଭିନ୍ ଚଳାଇଛି।  

ନିକଟରେ ତାମିଲନାଡୁ (Tamil Nadu Salem) ସଲିମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident ) ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ଭୋର ପ୍ରାୟ ୪ଟା ସମୟରେ ତାମିଲନାଡୁ ସଲିମ-ରୋଡ଼ ରାଜପଥରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଏକ ଭ୍ୟାନ୍ । ଫଳରେ ଭ୍ୟାନରେ ଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସେଲଭାରାଜ, ମଞ୍ଜୁଳା, ଅରୁମୁଗାମ, ପଲାନିସାମି, ପପ୍ପଥି ଓ ଜଣେ ଏକ ବର୍ଷର ଶିଶୁ ବୋଲି ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଭ୍ୟାନ୍ (Van) ଡ୍ରାଇଭର ଓ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଆହତଙ୍କୁ ହସ୍ପପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବ୍ୟବଚ୍ଛେଦ ଲାଗି ଯାଇଛି ସମସ୍ତ ମୃତଦେହକୁ ହସ୍ପପିଟାଲ ନିଆଯାଇଛି । ତେବେ ଏହି ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ (CCTV Footage) କଏଦ ହୋଇଥିବା ବେଳେ ଏହା ସାମ୍ନାକୁ ଆସିଛି। ଏହାରୁ ଆଧାର କରି ପୋଲିସ (Police) ତଦନ୍ତ ଆରମ୍ଭ କରିଛି ।