YB Khurania: ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ବଢାଇଛନ୍ତି ସରକାର।  ସେ ୨୦୨୬, ଜୁନ୍ ମାସରେ ଅବସର ନେଇ ଥାଆନ୍ତେ।  ମାତ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ୨୦୨୬ ଅଗଷ୍ଟ ଯାଏଁ ବୃଦ୍ଧି କରିଛନ୍ତି। ଏ -ସମ୍ପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ଖୁରାନିଆ ଗତ ଅଗଷ୍ଟ ୧୬ରେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। 

 



 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପୋଲିସ୍ ଡିଜି ସର୍ବନିମ୍ନ ୨ ବର୍ଷ ଦାୟିତ୍ବରେ ରହିବାକୁ ଥିବାରୁ  ସରକାର ତାଙ୍କର କାର୍ଯ୍ୟକାଳ ୨ ମାସ ବଢାଇଛନ୍ତି।  ସୂଚନା ଯୋଗ୍ୟ, ଗତ ଅଗଷ୍ଟ ୨ ତାରିଖରେ କେନ୍ଦ୍ର ସରକାର ଖୁରାନିଆଙ୍କୁ ମୂଳ କ୍ୟାଡର ଓଡିଶାକୁ ଫେରାଇଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ ଅନୁମୋଦନ ପରେ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ।