Advertisement
Photo Details/zeeodisha/odisha2435097
photoDetails0hindi

Budh Uday 2024: ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସାଙ୍ଗକୁ...

Budh Uday 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଅର୍ଥ, ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ଅକ୍ଟୋବର ୨ ତାରିଖ  ସକାଳ ୧୦ଟା ୪୦ ମିନିଟ୍ ସମୟରେ ମିଥୁନ ରାଶିରେ ଉଦୟ ହେବାକୁ ଯାଇଛନ୍ତି। ବୁଧଙ୍କ ଉଦୟ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜଣକ ବ୍ୟବସାୟରେ ଅଗ୍ରଗତି କରିବା ସହ ସମସ୍ତ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ବୁଧ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି। 

1/3

ମିଥୁନ: ବୁଧଙ୍କ ଉଦୟ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବିଶେଷକରି,  କଳା, ସାହିତ୍ୟ, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ର ସହ ଜଡ଼ିତ ଲୋକଙ୍କର ଅଗ୍ରଗତି ହେବ। ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ।  ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଚାକିରିଆଙ୍କ ପାଇଁ ମଧ୍ୟ ଶୁଭ ସମୟ ରହିବ।   କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା  କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ । କିନ୍ତୁ ପାରିବାରିକ ଜୀବନ ସେତେଟା ଭଲ ରହିବ ନାହିଁ। ପ୍ରେମୀ ମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ।

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Shani Vakri 2024: ନବରାତ୍ରରେ ଶନିଙ୍କ ଓଲଟା ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/3

ଧନୁ :  ବୁଧଙ୍କ ଆର୍ଶିବାଦରୁ ଚମକିବାକୁ ଯାଉଛି ଏହିସବୁ ରାଶିଙ୍କ ଭାଗ୍ୟ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ।  ସହକର୍ମୀଙ୍କ ମାନଙ୍କ ଦ୍ବାରା ରଚାଯାଇଥିବା ଷଡଯନ୍ତ୍ରକୁ ପଣ୍ତ କରିବାରେ ସଫଳ ହେବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ଚାକିରି ମିଳିବ। ଆୟରେ ବୃଦ୍ଧି ହେବ। ଆମଦାନୀ-ରପ୍ତାନୀ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟୀର ନୂତନ ଯୋଜନା କାର୍ଯ୍ୟକାରୀ ହେବ। ଯେଉଁଥିରୁ ଅଧିକ ଲାଭ ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ନିଜ ସାଙ୍ଗମାନଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇ ମନ ପ୍ରଫୁଲ୍ଲିତ ରହିବ।

ALSO READ: Guru Gochar 2024: ବୃହସ୍ପତିଙ୍କ ଚଳନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

3/3
ତୁଳା:  ବୁଧଙ୍କ ଉଦୟ ଏହି ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ନିଜ ପରିବାର ସହ ଦୂରଯାତ୍ରା କରିବେ। ପରିବାରରରେ ହସ-ଖୁସିର ମାହୋଲ ଦେଖିବାକୁ ମିଳିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଏକ ଖୁସି ଖବର ମିଳିପାରେ। ବିଦେଶରେ ପାଠପଢିବାକୁ ଇଚ୍ଛାଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହୋଇହେବ। ବ୍ୟବସାୟୀମାନେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ସେୟାର ମାର୍କେଟ୍-ଲଟେରୀରୁ ଲାଭବାନ୍ ହେବେ।  ଦୂରଯାତ୍ରା କଲେ ଶୁଭଫଳ ମିଳିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ଫଳରେ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )