ଭୁବନେଶ୍ୱର: ରାଜ୍ୟ ପ୍ରଶାସନକୁ ନବାଗତ ଆଇଏଏସ୍‍ ଅଧିକାରୀଙ୍କୁ ବିଭିନ୍ନ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଏନେଇ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ୨୦୨୩ ବ୍ୟାଚର ୭ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଅୈଧିକାରୀଙ୍କ ଭିତରୁ ଅଶନ୍‍ନୀ ଏଏଲ୍‍ଙ୍କୁ ରାଇରଙ୍ଗପୁର ମ୍ୟୁନିସିପାଲିଟିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି କସ୍ତୁରୀ ପଣ୍ଡାଙ୍କୁ ଭବାନୀପାଟଣା ମ୍ୟୁନିସିପାଲିଟି, ତେଜସ୍ୱିନୀ ବେହେରାଙ୍କୁ ତାଳଚେର ମ୍ୟୁନିସିପାଲିଟି, ଅଭିଶେକ ଦିଲ୍ଲୀପଙ୍କୁ ଜଳେଶ୍ୱର ମ୍ୟୁନିସିପାଲିଟି, ପ୍ରଣୀତା ଦାଶଙ୍କୁ ହିଞ୍ଜିଳିକାଟୁ, ପ୍ରେକେଶ ଅଗ୍ରଓ୍ୱାଲଙ୍କୁ ଆନନ୍ଦପୁର ଏବଂ ସି ଶ୍ରବଣଙ୍କୁ ଝାରସୁଗୁଡ଼ା ମ୍ୟୁନିସିପାଲିଟିର କାର୍ଯ୍ରନିର୍ବାହୀ ଅଧିକାରୀ ଭାବେ ଆର୍ଥିକ କ୍ଷମତା ସହ ନିଯୁକ୍ତ କରାଯାଇଛି।