Fishing Boat Sinking at Paradip Estuary: ପାରଦୀପ ସମୁଦ୍ର ମୁହାଣ ଠାରେ ଏକ ମାଛ ଧରା ବୋଟ ବୁଡ଼ି ଯିବା ଘଟଣାରେ ଜାରି ରହିଛି ଉଦ୍ଧାର ଅଭିଯାନ। ମଙ୍ଗଳବାର ପାରାଦୀପ ସମୁଦ୍ର ମୁହାଣରେ ବୁଡି ଯାଇଥିଲା ଏକ ମାଛ ଧରା ବୋଟ୍। ପାରାଦୀପ୍ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପାଖରେ ଏକ ମାଛ ଧରା ବୋଟ୍ ବୁଡି ଯାଇଥିବାର ଖବର ଆସିଥିଲା। ସମୁଦ୍ରରେ ବୁଡ଼ି ଯାଇଥିବା ବୋଟ୍ ରେ କେତେଜଣ ମତ୍ସ୍ୟଜୀବୀ ରହିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପାରଦୀପ ଉପକୂଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ସମୁଦ୍ରକୁ ମାଛ ମାରିବାକୁ ଯିବା ସମୟରେ ଏଭଳି ଅଘଟଣ ଘଟିଥିବାର ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ (Paradip Nehru Bangla) ସମୁଦ୍ର ମୁହାଣରେ (Paradip Estuary) ବାସୁଳେଇ ଭରସା ନାମକ ଏକ ବୋଟ୍ ବୁଡି (Fishing Boat Sinking at Paradip Estuary) ଯାଇଥିଲା। ମାଛ ଧରା ବୋଟ୍ ବୁଡ଼ି (Fishing Boat Drowned at Paradip Estuary) ଯିବା ଘଟଣାରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷକ ବଳ (indian coast guard) ପକ୍ଷରୁ ହେଲିକ୍ୟାପ୍ଟର (Indian Coast Guard Helicopter) ନିୟୋଜିତ ହୋଇ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। କୋଷ୍ଟଗାର୍ଡ ହେଲିକପ୍ଟର ରାତ୍ରୀ ଅନ୍ଧାରରେ ସମୁଦ୍ରରେ ପଇଁତରା ମାରୁଥିବା ବେଳେ ବୋଟ୍ ରେ ଫସି ରହିଥିବା ୩ ମତ୍ସ୍ୟଜୀବୀ ଉଦ୍ଧାର ହୋଇ ପାରିନାହାଁନ୍ତି। ବିଗତ ୩ ଘଣ୍ଟା ଧରି କୋଷ୍ଟଗାର୍ଡ ପକ୍ଷରୁ ପାରାଦୀପ ସମୁଦ୍ର ମୁହାଣରେ (Indian Coast Guard Rescue Operation at Paradip Coast) ଉଦ୍ଧାର ଅଭିଯାନ ଜାରି ରହିଛି।   


ପାରାଦ୍ଵୀପ ସମୂଦ୍ର ମୁହାଣରେ ବୁଡ଼ି ଯାଇଥିଲା ବାସୁଳେଇ ଭରସା ନାମକ ଏକ ମାଛ ଧରା ବୋଟ୍। ଏହି ବୋଟ୍ ମଧ୍ୟରେ ଥିବା ସମସ୍ତ ମତ୍ସ୍ୟଜୀବୀ ନିଜର ଜୀବନ ବଞ୍ଚାଇବାକୁ ଯାଇ ଦୀର୍ଘ ୩ ଘଣ୍ଟା ଧରି ସମୁଦ୍ର ଢେଉ ସହ ସଂଘର୍ଷ କରିଥିଲେ। ଏପରିକି ମେରାଇନ୍ ପୋଲିସ (Odisha Marine Police) କିମ୍ବା କୋଷ୍ଟଗାର୍ଡ ସେଠାରେ ମଧ୍ୟ ପହଞ୍ଚି ପାରେନାହିଁ। ଟାପା ବୋଟ୍ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ ଖବର ଆସିଥିଲା। ସମୁଦ୍ର ମୁହାଣ ମୁହଁ ପୋତି ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିବାର କୁହାଯାଉଛି। ଅନେକ ସମୟରେ ବାରମ୍ବାର ବୋଟ୍ ଦୁର୍ଘଟଣା ଘଟି ଅନେକ ମତ୍ସ୍ୟଜୀବୀ  ନିଖୋଜ ହୋଇଥିବା ବେଳେ ମୁହାଣ ମୁହଁକୁ ଖୋଳା ଯାଉନାହିଁ। ଯାହା ଫଳରେ ଏଭଳି ଦୁର୍ଘଟଣା ଘଟୁଥିବା ବୋଟ୍ ମାଲିକ କହିଛନ୍ତି।