School Holiday 2024: ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର।  ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ନୂଆ ଏକାଡେମିକ୍ କ୍ୟାଲେଣ୍ତର ୨୦୨୪-୨୫ ପ୍ରକାଶ ପାଇଛି।  ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍କୁଲ୍ ପାଇଁ ଏହି କ୍ୟାଲେଣ୍ତର  ଜାରି କରାଯାଇଛି। କ୍ୟାଲେଣ୍ତର ଅନୁସାରେ, ୨୦୨୪-୨୫ ଶିକ୍ଷା ବର୍ଷରେ ପିଲାମାନେ ମୋଟ୍ ୨୩୧ ଦିନ ପାଠ ପଢିବେ। ଏପ୍ରିଲ୍ ୨ରୁ  ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ପ୍ରବେଶ ଉତ୍ସବ କରାଯିବ।  


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଆହୁରି କଲବଲ କରିବ ତାତି, ଆଜି ୪୧ ଡିଗ୍ରୀ ଛୁଇଁପାରେ ଏହି ତିନି ସହରର ତାପମାତ୍ରା


ALSO READ: Shani Shukra Mangal Transit: ଶନି-ଶୁକ୍ର-ମଙ୍ଗଳଙ୍କ ମହାମିଳନ, ଆସନ୍ତାକାଲିଠୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!


ଗ୍ରୀଷ୍ମ କାଳୀନ ଛୁଟି ମେ ୬ ରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ହେବ। ଓପେପା ପକ୍ଷରୁ ଏହି ଶିକ୍ଷା କ୍ୟାଲେଣ୍ତରକୁ ସମସ୍ତ ପ୍ରଧାନ ଶିକ୍ଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଏହି କ୍ୟାଲେଣ୍ତର ଅନୁଯାୟୀ ସ୍କୁଲ୍ ପାଠପଢା, ପରୀକ୍ଷା , ଅଭିଭାବକ ବୈଠକ, କ୍ଲବ୍ ସିଣ୍ଟମ୍ ଓ ପାଳନୀୟ ଦିବସ ଆଦି କରାଯିବ। ଏପ୍ରିଲ୍ ୮ରେ ସ୍କୁଲରେ  ହାଉସ୍ କ୍ଲବ୍  ସିଷ୍ଟମ୍ ତିଆରି ହେବ। ଏହାପର ଠାରୁ ନିୟମିତ ବ୍ୟବଧାନରେ ହାଉସ୍ କ୍ଲବ୍ ସିଷ୍ଟମ୍  ଆକ୍ଟିଭିଟି କରାଯିବ। ଏପ୍ରିଲ୍ ୨୦ରେ ଏହି ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ ବୈଠକ ବସିବ। 


କ୍ୟାଲେଣ୍ତରରେ ଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମୋଟ୍ ୨୩୧ ଦିନ ପାଠପଢା ହେବ।  ଅର୍ଥାତ୍  ୧୩୪ ଦିନ ସ୍କୁଲ୍ ଛୁଟି ରହିବ। ଏଥିରେ ଗ୍ରୀଷ୍ମ କାଳିନୀ ଛୁଟି ଆସନ୍ତା ମେ ୬ରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ହେବ। ଏଥିସହ ପୂଜା  ଛୁଟି ଅକ୍ଟୋବର ୯ ରୁ ୧୭ ତାରିଖ ଯାଏଁ ହେବ। ସେହିପରି ଏକ୍ସମାସ୍ ଛୁଟି ଡିସେମ୍ବର ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ। ଏଥିସହ ଅନ୍ୟ ପର୍ବପର୍ବାଣୀ ଛୁଟି  ଏବଂ ସ୍ଥାନୀୟ ଛୁଟି ମଧ୍ୟ ରହିଛି। 


ଏପ୍ରିଲ୍ ମାସରେ ପିଲାମାନେ ୨୩ ଦିନ ସ୍କୁଲ୍ ଯିବେ।  ମେ ମାସରେ ମାତ୍ର ୪ ଦିନ, ଜୁନ୍ ମାସରେ ୧୧ ଦିନ , ଜୁଲାଇରେ ୨୫ ଦିନ,  ଅଗଷ୍ଟରେ ୨୪ ଦିନ, ସେପ୍ଟେମ୍ବରରେ ୨୨ ଦିନ, ଅକ୍ଟୋବରରେ ୧୭ ଦିନ , ନଭେମ୍ବରରେ ୨୩ ଦିନ, ଡିସେମ୍ବରରେ ୧୮ ଦିନ, ୨୦୨୫ ଜାନୁଆରୀରେ ୨୨ ଦିନ , ଫେବୃଆରୀରେ ୨୩ ଦିନ ଏବଂ ମାର୍ଚ୍ଚରେ ୨୧ ଦିନ ସ୍କୁଲ୍ ଖୋଲା ରହିବ। ସେହିପରି ଏହି ଶିକ୍ଷା କ୍ୟାଲେଣ୍ତରରେ ନବମ ଓ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମଧ୍ୟ ରହିଛି।  ଏହି ତଥ୍ୟ ଅନୁଯାୟୀ, ୨୦୨୫ ଫେବୃଆରୀ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଶେଷ ହେବ।