Monsoon Rainy Season: ସେପ୍ଟେମ୍ବର ୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ। ହେଲେ ଚଳିତ ମୌସୁମୀ ଋତୁରେ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୧୧ ଜିଲ୍ଲାରେ କମ୍ ବର୍ଷା ହୋଇଛି। ସେହିପରି ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟର କେବଳ ଗୋଟିଏ ଜିଲ୍ଲା ବୌଦ୍ଧରେ ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି।


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ଜିଲ୍ଲା ହେଉଛି ନବରଙ୍ଗପୁର (-୪୧), କେନ୍ଦ୍ରାପଡ଼ା (-୩୭), କଳାହାଣ୍ଡି (-୩୬), ଗଞ୍ଜାମ (-୩୫), ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା (-୨୮), ପୁରୀ, କଟକ (-୨୬), ରାୟଗଡ଼ା (-୨୫), କୋରାପୁଟ (-୨୨)। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ୨୦୨୩ ଜୁନ୍ ୧ ତାରିଖରୁ ୨୦୨୩ ଅଗଷ୍ଟ ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତ ୯୦୬.୫ ମିଲିମିଟର ତୁଳନାରେ ୭୮୩.୧ ମିଲିମିଟର ବର୍ଷା ହୋଇଛି। ଅର୍ଥାତ୍ ସାମଗ୍ରିକ ଭାବରେ ବୃଷ୍ଟିପାତ ପ୍ରାୟ ୧୪% ହ୍ରାସ ପାଇଥିବାର ରେକର୍ଡ଼ କରାଯାଇଛି। 


ରାଜ୍ୟରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଏକ ଆକସ୍ମିକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।