Odisha News: ରାଜ୍ୟରେ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ ବ୍ୟାଘ୍ର ଗଣନା (Tiger count) । ଶିମିଳିପାଳ ଜାତୀୟ ଉଦ୍ୟାନ (Similipal National Park) ସହ ବାଘ ସନ୍ଧାନ ମିଳିଥିବା ରାଜ୍ୟର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଦ୍ୱାରା ଏହି ଗଣନା କରାଯିବ। ଏହି ବ୍ୟାଘ୍ର ଗଣନା ରିପୋର୍ଟ ଆସନ୍ତା ଜାନୁୟାରୀ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ବନ୍ୟ ପ୍ରାଣୀ ବିଭାଗ (Forest Department Odisha) ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଆସନ୍ତା ୧୫ ତାରିଖରୁ ଗଣନାକାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଆରମ୍ଭ ହେବ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଯେଉଁଥିରେ ରାଜ୍ୟରେ ବାଘ ସଂଖ୍ୟା ୨୮ରୁ ୨୦କୁ ଖସି ଆସିଥିବା ନେଇ ସୂଚନା ଦିଆଯାଇଥିଲା। ହେଲେ ୨୦୨୩ ମସିହାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାର ଗଣନା ତଥ୍ୟକୁ ଆଧାର କରିଥିବାରୁ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଏବେର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହୁଁଛି । ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଶିମିଳିପାଳ, କୁଳଡିହା, ହଦଗଡ଼, ଘଟଗାଁ ବନ ଅଞ୍ଚଳରେ ବ୍ୟାଘ୍ର ଗଣନା ନେଇ ଧାର୍ଯ୍ୟ କରାଯାଇଛି। ଏହାପରେ ସାତକୋଶିଆକୁ ଆଉ ଏକ ବନାଞ୍ଚଳ ଭାବେ ଗ୍ରହଣ କରାଯିବ। ଅନ୍ୟ ବନ ଖଣ୍ଡ ଗୁଡ଼ିକରେ ମଧ୍ୟ ଅଲଗା ଅଲଗା ଭାବେ ବାଘ ଗଣନା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ନିକଟ ଅତୀତରେ କଳା ଚିତା ଥିବା ମହାବଳ ବାଘ ଠାବ କରାଯାଇଛି। ୨୦୧୮ରେ ଏଠାରେ ବାଘ ସଂଖ୍ୟା ୮ ରହିଥିବା ବେଳେ ଏବେ ଏହି ସଂଖ୍ୟା ବର୍ତ୍ତମାନ ୧୬ରେ ପହଞ୍ଚିଥିବା କୁହାଯାଇଛି। ଏଣୁ ଆଗକୁ ହେବାକୁ ଥିବା ବ୍ୟାଘ୍ର ଗଣନାରେ ରାଜ୍ୟରେ ବାଘ (Tiger) ସଂଖ୍ୟା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି।


ପ୍ରକାଶ ଥାଉ କି, ଦୁଇଟି ପର୍ଯ୍ୟାୟରେ ଏହି ବାଘ ଗଣନା ହେବ । ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ଏହି ବାଘ ଗଣନା କରାଯିବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଟ୍ରାଞ୍ଜାକ୍ଟ ଆନାଲିସିସ ପାଦ ଚିହ୍ନ, ସ୍କ୍ରାଚ୍ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ । ତେବେ ପ୍ରାୟ ଦେଢ ମାସ ଧରି ଏହି ବାଘ ଗଣନା ଚାଲିବ । ତେବେ ଆସନ୍ତା ୨୦୨୪ ମସିହା ମେ ମାସରେ ହାତୀ ଗଣନା କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।


Also Read-Bhubaneswar: ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ତିଗୋ, ଜାଣନ୍ତୁ କାରଣ


Also Read- ISRO Scientist Death: ଚନ୍ଦ୍ରୟାନ-3 କାଉଣ୍ଟଡାଉନ କରିଥିବା ମହିଳା ବୈଜ୍ଞାନିକଙ୍କ ନିଧନ, ଶୋକରେ ବୁଡ଼ିଲା ଇସ୍ରୋ