ISRO Scientist Death: ଚନ୍ଦ୍ରୟାନ-3 କାଉଣ୍ଟଡାଉନ କରିଥିବା ମହିଳା ବୈଜ୍ଞାନିକଙ୍କ ନିଧନ, ଶୋକରେ ବୁଡ଼ିଲା ଇସ୍ରୋ
Advertisement
Article Detail0/zeeodisha/odisha1854738

ISRO Scientist Death: ଚନ୍ଦ୍ରୟାନ-3 କାଉଣ୍ଟଡାଉନ କରିଥିବା ମହିଳା ବୈଜ୍ଞାନିକଙ୍କ ନିଧନ, ଶୋକରେ ବୁଡ଼ିଲା ଇସ୍ରୋ

ISRO Scientist Valarmathi Death: ପୂରା ବିଶ୍ୱରେ ଭାରତ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଇସ୍ରୋ ରେ ଶୋକର ଛାୟା ଖେଳିଯାଇଛି। ଚନ୍ଦ୍ରୟାନ-3 କାଉଣ୍ଟଡାଉନ କରିଥିବା ମହିଳା ବୈଜ୍ଞାନିକ ଭଲାରମଥୀଙ୍କ ନିଧନ ହୋଇଛି। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। 

 

ISRO Scientist Death: ଚନ୍ଦ୍ରୟାନ-3 କାଉଣ୍ଟଡାଉନ କରିଥିବା ମହିଳା ବୈଜ୍ଞାନିକଙ୍କ ନିଧନ, ଶୋକରେ ବୁଡ଼ିଲା ଇସ୍ରୋ

ISRO Scientist Valarmathi Death: ସଫଳତାର ସହ ଜହ୍ନ ରାଇଜରେ ପାଦ ଥାପି ସାରିଛି ଚନ୍ଦ୍ରୟାନ 3। ଯାହା ଫଳରେ ପୂରା ବିଶ୍ୱ ଭାରତକୁ ପ୍ରଶଂସା କରିବା ସହ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ହେଲେ ଏବେ ଏମିତି ଏକ ଖବର ଯାହା ପୂରା ଦେଶକୁ ପୁଣି ଥରେ ଦୋହଲାଇ ଦେଇଛି। ଚନ୍ଦ୍ରୟାନ-3 ଲଞ୍ଚିଂ ସମୟରେ ଏହାର କାଉଣ୍ଟଡାଉନ କରିଥିଲେ ଜଣେ ମହିଳା ବେଜ୍ଞାନିକ । ତାଙ୍କ ସ୍ୱରରେ କ୍ରମାନୁୟାନ ଅନୁସାରେ ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠକୁ ଯାଇଥିଲା। ହେଲେ ଏହି ଭଏସ ଦେଇଥିବା ମହିଳା ବୈଜ୍ଞାନିକ ଭଲାରମଥୀଙ୍କ ନିଧନ ହୋଇଛି। ଯାହା ଫଳରେ ପୂରା ଇସ୍ରୋ ଶୋକରେ ବୁଡିଛି। 

ମହିଳା ବୈଜ୍ଞାନିକ ଭଲାରମଥୀଙ୍କ ନିଧନ ହୃଦଘାତରୁ ହୋଇଥିବା ଜଣାପଡିଛି। ରବିବାର ସେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି । ଏକଥା ସମସ୍ତଙ୍କୁ ଜଣା ଯେ, ଚନ୍ଦ୍ରୟାନ3 ହେଉଛି ଇସ୍ରୋର ତୃତୀୟ ମିଶନ ଯାହା ୧୪ ଜୁଲାଇରେ କରାଯାଇଥିଲା। ଆଉ ଏହି କାଉଣ୍ଟଡାଉନରେ ବୈଜ୍ଞାନିକ ଭଲାରମଥୀ ( Scientist Valarmathi) ନିଜର ଭଏସ ଦେଇଥିଲେ। ଚନ୍ଦ୍ରୟାନ-3 ଆନ୍ଧପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚ ପ୍ୟାଡରୁ କରାଯାଇଥିଲା। ମହିଳା ବୈଜ୍ଞାନିକ ଭଲାରମଥୀଙ୍କ ବୟସ ୫୦ ରୁ ଅଧିକ ହେବ ବୋଲି ଜଣାପଡିଛି।  ସେ କିଛିଦିନ ହେଲା ରୋଗରେ ପୀଡିତ ଥିଲେ। 

ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଭଲାରମଥୀ ISRO ର ମହିଳା ବୈଜ୍ଞାନିକ ଥିଲେ ଯିଏ ଚନ୍ଦ୍ରୟାନ 3ର ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ଟ୍ରିପଲ ଲଞ୍ଚ ପାଇଁ ଗଣନା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ, ସେପ୍ଟେମ୍ବର ୨ରେ ଆରମ୍ଭ ହୋଇଥିବା ଆଦିତ୍ୟ L1 ମହାକାଶଯାନର C57 ରକେଟର କାଉଣ୍ଟଡାଉନରେ ଭଲାରମଥୀ ମଧ୍ୟ ସ୍ୱର ଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଅସୁସ୍ଥତା ହେତୁ ଏହା ସମ୍ଭବ ହୋଇନଥିଲା ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଭଏସ କାଉଣ୍ଟଡାଉନ୍ (Voice Countdown) କରିଥିଲେ। 

ଅଗଷ୍ଟ ମାସ ୨୩ ତାରିଖରେ ବିକ୍ରମ ଲାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ସଫଳତାର ସହ ଅବତରଣ କରି ଭାରତ ବିଶ୍ୱରେ ବଡ଼ ସଫଳତା ହାସଲ କରିଛି । କେବଳ ଏତିକି ନୁହେଁ ଚନ୍ଦ୍ରର ଦକ୍ଷିଣ ମେରୁରେ (Moon South Poll) ଅବସ୍ଥାପିତ ହେବା ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ। ଏହା ବ୍ୟତୀତ ଭାରତ ଆଉ ଏକ ବଡ ସଫଳତା ଆଡକୁ ଗତି କରୁଛି। ଚନ୍ଦ୍ରୟାନ-3ର ଐତିହାସିକ ସଫଳତା ପରେ ମିଶନ ଆଦିତ୍ୟ-L1 ଆରମ୍ଭ କରାଯାଇଛି ଯାହା ଭାରତର ପ୍ରଥମ ସୌର ମିଶନ। 

ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ- L1 ମଧ୍ୟ ଲଞ୍ଚ କରାଯାଇଛି। ISRO ର ପାୱାର ହର୍ସ ରକେଟ୍ PSLV ସାହାଯ୍ୟରେ ଆଦିତ୍ୟ- L1 ଲଞ୍ଚ କରାଯାଇଥିଲା, ଯାହା ଏହାକୁ ପୃଥିବୀର କକ୍ଷପଥରେ ଉତକ୍ଷେପଣ କରିଥିଲା ​​। ଏହା ଏକ ଅଣ୍ଡାକାର କକ୍ଷପଥ, ଯେଉଁଥିରେ ପେରିଜି (ପୃଥିବୀର ନିକଟତମ ବିନ୍ଦୁ)୨୩୫ କିଲୋମିଟର ଏବଂ ଏପୋଜି (ଦୂରତମ ସ୍ଥାନ) ୧୯ହଜାର କିଲୋମିଟରରୁ ଅଧିକ ହେବ |

Also Read: G-20 Summit 2023: G-20ରେ ଅତିଥି ଖାଇବେ ମାଣ୍ଡିଆ ବ୍ୟଞ୍ଜନ

Also Read: Building Collapsed: ୩ ମହଲା କୋଠା ଭୁଷୁଡ଼ି ଚାଲିଗଲା ଜୀବନ, ଏବେ ବି ଚାପି ହୋଇ ରହିଛନ୍ତି ଅନେକ