ଭୁବନେଶ୍ୱର: ରାଜ୍ୟ ପାଇଁ ୪ ନୂଆ ଫୁଟ ଓଭର ନିର୍ମାଣ କରିବାକୁ ଆଦେଶ ଜାରି କରିଛନ୍ତି ଜାତୀୟ ରାଜପଥ ପ୍ରାଧୀକରଣ। ଏହି ଚାରିଟୁ ଭୁବନେଶ୍ୱରରେ ଦୁଇଟି ଫୁଟ ଓଭର ବ୍ରିଜ୍‍ ନିର୍ମାଣ ହେବାକୁ ଥିବା ବେଳେ ଆଉ ଦୁଇଛି ମଙ୍ଗୁଳି ଠାରେ ନିର୍ମାଣ ହେବ। ଏହାଦ୍ୱାରା ୧୬ ନମ୍ବର ଜାତୀୟ ରାଜପଥକୁ ପଦାଚାରୀ ପାର କରିବା ସହଜ ହେବ। ତା’ ସହ  ପରିବହନ ମଧ୍ୟ ସୁରୁଖୁର ହୋଇପାରିବ ତଥା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଭୁବନଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ବରମୁଣ୍ଡାଠାରେ ଏକ ଫୁଟ୍‍ ଓଭର ବ୍ରିଜ ନିର୍ମାଣ ହେବ। ବହୁଦିନ ଧରି ରାଜଧାନୀ କଲେଜଠାରେ ଏଥିଲାଗି ଦାବି ହୋଇ ଆସୁଥିବା। ଗତ ସରକାର ସମୟରେ ଏହା ପ୍ରାୟତଃ ଅନ୍ତିମ ପର୍ଯ୍ୟାୟକୁ ଆସିଥିଲେ ମଧ୍ୟ କାର୍ଯ୍ୟାଦେଶ ଜାରି ହୋଇନଥିଲା।  ଆଜି ପ୍ରାଧୀକରଣ ଏହି ଆନଦେଶ ପ୍ରଦାନ କରିଛନ୍ତି।



ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟାଦେଶକୁ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଶେୟାର କରିଛନ୍ତି। ଏଥିରେ କହିଛନ୍ତି ଯେ, ‘ଜାତୀୟ ରାଜପଥ ଉପରେ ଦୁଇଟି ଫୁଟ ଓଭର ବ୍ରିଜ୍‍ ନିର୍ମାଣ ଲାଗି କାର୍ଯ୍ୟାଦେଶ ଜାରି ହୋଇଛି। ଗୋଟିଏ ପଳାଶୁଣିରେ ଆଉ ଗୋଟିଏ ବରମୁଣ୍ଡାରେ। ଏହି ଦୁଇ ଫୁଟ୍‍ ଓଭର ବ୍ରିଜ୍‍ ଲାଗି ୫ କୋଟି ଟଙ୍କା ଖର୍ଚ୍ଚ ହେବ’ ବୋଲି ସେ କହିଛନ୍ତି। ବହୁଦିନରୁ ଏହା ଲୋକଙ୍କ ଦାବି ହୋଇ ଆସିଥିଲା। ଏବଂ ସେ ଏଥିଲାଗି ଠିକଣା ସ୍ଥାନରେ ଦାବି ଉପସ୍ଥାପନ କରିଥିବା ଜଣାଇଛନ୍ତି। 


ଜାତୀୟ ରାଜପଥ ପ୍ରାଧୀକରଣଙ୍କ ସୂଚନା ଅନୁସାରେ ଏହି ୪ ଫୁଟ ଓଭର ବ୍ରିଜ୍‍ ଲାଗି ପ୍ରାୟ ୭ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟକୁ ପଞ୍ଜାବର ଧଙ୍ଗ୍ରା ବଦର୍ସଙ୍କୁ ପ୍ରଦାନ କରାଯାଇଛି।