PM Modi to visit Odisha: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ (PM Narendra Modi )। ଉଚ୍ଚ ସ୍ତରୀୟ ବୈଠକ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବା ପରେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମୃତାହତଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ସକାଳ ପ୍ରାୟ ସାଢେ ୧୦ଟା ସମୟରେ ଦୁର୍ଘଟଣା ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଗସ୍ତରେ ଆସି ବାଲେଶ୍ବର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ସେ କଟକ ଏସସିବିକୁ ଯାଇ ଆହତଙ୍କୁ ଭେଟିବେ । ସମୟ ବଢିବା ସହ ଏହି ଭୟଙ୍କର ଦୁର୍ଘଟଣାରେ ମ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧ ହଜାର ଲୋକେ ଆହତ ହୋଇଥିବା ସୂଚନା ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଁଞ୍ଚି ସ୍ଥିତି କରିସାରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେପଟେ ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାର ସମୀକ୍ଷା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ (M. K. Stalin) । ଦୁର୍ଘଟଣା ନେଇ ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ (Chief secretary Pradeep Jena) ସହ ଆଲୋଚନା କରିବା ସହ ସମସ୍ତ ତଥ୍ୟ ନେଇଛନ୍ତି । ଏହା ସହ ଷ୍ଟାଲିନ୍ ମୃତକଙ୍କ ଆତ୍ମାର ସଦଗତି ଲାଗି ପ୍ରାର୍ଥନା କରିଛନ୍ତି । ସେପଟେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ଶନିବାର ଦିନ ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧିଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ମଧ୍ଯ ବାତିଲ କରାଯାଇଛି । କେବଳ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ (Tamailnadu CM M. K. Stalin) କାଲାଇଗ୍ନାର ପ୍ରତିମୂର୍ତ୍ତି ଓ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାକୁ ବାଦ ଦେଳେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ପ୍ରକାଶ ଥାଉ କି, ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ ପୂର୍ବ ରେଳୱ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗକୁ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଲୋଚନା କରାଯାଉଛି ।


ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଲଞ୍ଚ ବାତିଲ


ଏହି ଟ୍ରେନ୍ ଦୁର୍ଘଟଣା ପାଇଁ ଆଜି ଶୁଭାରମ୍ଭ ହେବାକୁ ଥିବା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭକୁ ବାତିଲ କରାଯାଇଛି (Goa Mumbai Vande bharat launch cancelled)। ପିଏମ ମୋଦି (PM Modi) ଶନିବାର ଦିନ ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଫ୍ଲାଗ୍ ଦେଖାଇ ଶୁଭାରମ୍ଭ କରିଥାଆନ୍ତେ। କିନ୍ତୁ କିନନ୍ତୁ ଏହି ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଏହାର ଲଞ୍ଚକୁ (Odisha Coromandel Express Accident) ବାତିଲ କରାଯାଇଛି। ଶନିବାର ଦିନ ସକାଳେ ଭିଡିଓ କନଫରେସିଂ ଜରିଆରେ ପିଏମ ମୋଦି ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସକୁ ଫ୍ଲାଗ୍ ଦେଖାଇ ଶୁଭାରମ୍ଭ କରିଥାନ୍ତେ। 


ସହାୟତା ରାଶି ଘୋଷଣା


କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କ ଲାଗି ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।


ବାତିଲ ୋଇଛି ଏହି ସବୁ ଟ୍ରେନ


ଗତକାଲିର ଏହି ଦୁର୍ଘଟଣା ପରେ ଏସଇଆର(SER) ପକ୍ଷରୁ ଏକାଧିକ ଟ୍ରେନକୁ ବାତିଲ କରାଯାଇଛି ।  ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଉଛି- ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା- ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି । ୯ଟି ଟ୍ରେନର ଗତିପଥ ସମୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳାଯାଇଛି ।